Latest Odisha News

BREAKING NEWS

ସରିଲା ରାଜୁ ମଣ୍ଡଳର ରାଞ୍ଚି ସ୍ଥିତ ଭଡ଼ା ଘରେ ରେଡ୍‌

ଭୁବନେଶ୍ଵର: ଭୁବନେଶ୍ବର, କଟକ ପରେ ଝାଡଖଣ୍ଡରେ ସିମ୍ ବକ୍ସ ରହିଛି ବୋଲି ତଦନ୍ତରୁ ଜଣାପଡିଥିଲା। ରାଜୁ ମଣ୍ଡଳର ରାଞ୍ଚି ସ୍ଥିତ ଭଡ଼ା ଘରେ ଚାଲିଥିବା ରେଡ୍‌ ଶେଷ ହୋଇଛି । ୬ ଘଣ୍ଟାର ରେଡ୍‌ ପରେ ରାଜୁକୁ ନେଇ ରାଞ୍ଚି ସ୍ଥିତ ଭଡ଼ା ଘରୁ ବାହାରିଛି କମିଶନରେଟ୍ ପୋଲିସ୍ ର ସ୍ଵତନ୍ତ୍ର ଟିମ୍ । ଭଡ଼ା ଘରୁ ୫ଟି ସିମ୍ ବକ୍ସ ସହ ୨୦୦ରୁ ଊର୍ଦ୍ଧ୍ବ ଆକ୍ଟିଭ୍ ସିମ୍ । ସେପଟେ ବାଂଲାଦେଶୀ ଅସଦୁର ଜମାନକୁ ଗିରଫ ପାଇଁ ଇଣ୍ଟରପୋଲର ସହାୟତା ନେଇଛି ପୋଲିସ ।

ସୂଚନା ଅନୁସାରେ, ରାଜଧାନୀ ଭୁବନେଶ୍ଵରରୁ ସିମ ବକ୍ସ ଜବତ ପରେ ପୁରା ଆକ୍ସନ ମୋଡରେ କମିଶନରେଟ ପୋଲିସ । ଭୁବନେଶ୍ଵର ପରେ କଟକରୁ ମଧ୍ୟ ଜବତ ହୋଇଥିଲା ସିମ୍ ବକ୍ସ । ଏହାପରେ ଅଭିଯୁକ୍ତର ରାଞ୍ଚି ସ୍ଥିତ ଭଡ଼ା ଘରେ ସିମ୍ ବକ୍ସ ଥିବା ନେଇ ସୂଚନା ପାଇଥିଲା କମିଶନରେଟ ପୋଲିସ । ଅଭିଯୁକ୍ତ ରାଜୁ ମଣ୍ଡଳକୁ ନେଇ ରାଞ୍ଚି ଅଭିମୁଖେ ବାହାରିଥିଲା କମିଶନରେଟ ପୋଲିସର ସ୍ପେଶାଲ୍ ସ୍କ୍ୱାଡ୍। ତେବେ ଆତଙ୍କୀ ଲିଙ୍କ ଥିବା ନେଇ ରାଜୁ ମଣ୍ଡଳକୁ ୫ ଦିନିଆ ରିମାଣ୍ଡରେ ଆଣି ଜେରା କରୁଛି କମିଶନରେଟ୍ ପୋଲିସ। ସେପଟେ ଆତଙ୍କବାଦୀ ଲିଙ୍କ୍‌ ସନ୍ଦେହରେ ଭୁବନେଶ୍ବରରେ ଏନଆଇଏ ଟିମ୍ ମଧ୍ୟ ପହଞ୍ଚିଥିବା ସୂଚନା ମିଳିଛି।

Comments are closed.