Latest Odisha News

ଆସନ୍ତାକାଲି ଭାରତ ବନ୍ଦ, ଜାଣନ୍ତୁ କଣ ରହିବ ଖୋଲା ଏବଂ କଣ ରହିବ ବନ୍ଦ

ଭୁବନେଶ୍ଵର: ଆସନ୍ତାକାଲି ଭାରତ ବନ୍ଦ । ଭାରତ ବନ୍ଦ ଡାକରା ଦେଇଛି ଅନୂସୁଚିତ ଜାତି ଏବଂ ଅନୂସୁଚିତ ଜନଜାତି ସଂଯୁକ୍ତ ସଂଘର୍ଷ ମୋର୍ଚ୍ଚା । ଏସସି / ଏସଟି ସଂରକ୍ଷଣରେ କ୍ରିମି ଲେୟାର ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରି ଦଳିତ ସଂଗଠନ ଏହି ଡାକରା ଦେଇଛନ୍ତି । ସଂରକ୍ଷଣ ବଚାଓ କମିଟିର ଭାରତ ବନ୍ଦ ଡାକରାକୁ ଅନେକ ସଂଗଠନ ସହ ବିଏସପିର ସମର୍ଥନ ମଧ୍ୟ ମିଳିଛି । ଏହି ବନ୍ଦ ଡାକରାକୁ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ଏବଂ ପୋଲିସକୁ ମଧ୍ୟ ଏନେଇ ସତର୍କ କରାଯାଇଛି । ତେବେ ବନ୍ଦ ପାଳନ ସମୟରେ ସମ୍ପୂର୍ଣ୍ଣ ରୂପେ ଚକ ଅଖ ବନ୍ଦ ରହିବ। ତେବେ ଆସନ୍ତୁ ଜାଣିବା ଆସନ୍ତାକାଲି କଣ ବନ୍ଦ ରହିବ ଏବଂ କଣ ଖୋଲା ରହିବ …

କଣ ଖୋଲା, କଣ ବନ୍ଦ?

  1. ଦୋକାନ ବଜାର ବନ୍ଦ ରହିବା ନେଇ କୌଣସି ସୂଚନା ମିଳିନାହିଁ ।
  2. ଜନସାଧାରଣ ପରିବହନ ସେବା (ବସ୍, ଅଟୋ) ବନ୍ଦ ରହିବ।
  3. ସରକାରୀ ସହ ଘରୋଇ ସଂସ୍ଥା, ବ୍ୟାଙ୍କ, ସ୍କୁଲ, କଲେଜ, ପେଟ୍ରୋଲ ପମ୍ପ ଖୋଲା ରହିପାରେ ।
  4. ଡାକ୍ତରଖାନା ଏବଂ ଆମ୍ବୁଲାନ୍ସ ପରି ଜରୁରୀକାଳୀନ ସେବା କାର୍ଯ୍ୟକ୍ଷମ ରହିବ
  5. ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବା ଏବଂ ଏଟିଏମ୍ ଖୋଲା ରହିବ ।

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ସୁପ୍ରିମକୋର୍ଟ ଏସ-ଏସଟି ଆରକ୍ଷଣରେ କ୍ରିମି ଲେୟର କରିବାକୁ ଅନୁମତି ଦେଇଥିଲେ । ଏହି ନିଷ୍ପତ୍ତି ରାଜ୍ୟମାନଙ୍କୁ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ଏସସି-ଏସଟି) ମଧ୍ୟରେ ଉପ-ବର୍ଗ ସୃଷ୍ଟି କରିବାକୁ ଅନୁମତି ଦେଇଛି, ଯାହା ବିବାଦ ସୃଷ୍ଟି କରିଛି। କୋର୍ଟ ଏହି ନିଷ୍ପତ୍ତିକୁ ବିରୋଧ କରି ଆସନ୍ତାକାଲି ଭାରତ ବନ୍ଦ ଡାକରା ଦିଆଯାଇଛି । ତେବେ ଓଡିଶାରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିପାରେ । ସେଥିପାଇଁ ପ୍ରଶାସନ ସଜାଗ ରହିଛି ।

Comments are closed.