Latest Odisha News

ପଦ୍ମଶ୍ରୀ ରଞ୍ଜନା ଗୋହର ଓ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କୁ ନୃତ୍ୟଧାମ ଜୀବନବ୍ୟାପୀ ସମ୍ମାନ

ଭୁବନେଶ୍ୱର: ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପ ଠାରେ ନୃତ୍ୟଧାମ ଭୁବନେଶ୍ୱରର ୭ମ ସର୍ବଭାରତୀୟ ଶାସ୍ତ୍ରୀୟ ନୃତ୍ୟ ପର୍ବ ଏବଂ ଗୁରୁ ନମନ ନୃତ୍ୟ ଓ ସଙ୍ଗୀତ ଉତ୍ସବ ୨୦୨୪ ଆରମ୍ଭ ହୋଇଯାଇଛି । ଏହି ଉତ୍ସବ ୨୦ ଓ ୨୨ ତାରିଖ ଦୁଇ ଦିନ ଧରି ଆୟୋଜିତ ହେବ । ଉତ୍ସବର ପ୍ରଥମ ଦିନରେ ପଦ୍ମବିଭୂଷଣ ସୁଦର୍ଶନ ସାହୁ ମୁଖ୍ୟ ଅତିଥିଭାବେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଏହି ଅବସରରେ ପଦ୍ମଶ୍ରୀ ରଞ୍ଜନା ଗୋହର ଓ ପଦ୍ମଶ୍ରୀ ଅରୁଣା ମହାନ୍ତିୁଙ୍କୁ ନୃତ୍ୟଧାମ ଜୀବନବ୍ୟାପୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ଉତ୍ସବର ପ୍ରଥମ ଦିନରେ ଗୁରୁ ପଦ୍ମଶ୍ରୀ ରଞ୍ଜନା ଗୋହର ମଙ୍ଗଳା ଚରଣରେ ମାତା ସରସ୍ୱତୀଙ୍କୁ ବନ୍ଦନା କରି ମାଣିକ୍ୟ ବୀଣା ପ୍ରଦର୍ଶନ କରିଥିଲେ । ତାପରେ ଅଭିନୟରେ ଶ୍ରୀ ଜୟଦେବଙ୍କ ରଚିତ ଗୀତ ଗୋବିନ୍ଦରେ ସଖୀ ହେ କେଶୀ ମଦନ ମୁଦାରାମ୍ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ବିମୋହିତ କରିଥିଲେ ।  ପରେ ପଦ୍ମଶ୍ରୀ ଅରୁଣା ମହାନ୍ତି ଅଭିନୟରେ ଉପନାୟକ କରି ଦର୍ଶକ ମଣ୍ଡଳଙ୍କୁ ବିମୋହିତ କରିଥିଲେ । ଏହାପରେ ଉସ୍ତାଦ ବିସମିଲାଖାଁ ପୁରସ୍କାର ପ୍ରାପ୍ତ ବିନୋଦ କେଭିନ୍ ବଚନ ଯୋଗି ଆଇ ବାଦରିୟାସାବନ କି ମୀରା ବାଇଁଙ୍କ ଆଧାରିତ ଅଭିନୟ କରିଥିଲେ । ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ପ୍ରଖ୍ୟାତ ନୃତ୍ୟଗୁରୁ ପଦ୍ମଶ୍ରୀ ରଞ୍ଜନା ଗୋହର, ରାଗ ମେଘ ଓ ତାଳ ଜତି ଉପରେ ଆଧାରିତ ।

Comments are closed.