Latest Odisha News

BREAKING NEWS

ମୃତ୍ୟୁ ପରେ ଓଟ ପାଲଟିଯାଏ ସାଇଲେଣ୍ଟ ବୋମା, ପାଖକୁ ଗଲେ ହୁଏ ବିସ୍ଫୋରଣ

ରାଜସ୍ଥାନୀ ଲୋକେ ଓଟକୁ ବହୁତ ଭଲ ପାଆନ୍ତି। ତାଙ୍କୁ ନିଜ ସନ୍ତାନ ପରି ଯତ୍ନ ମଧ୍ୟ କରନ୍ତି। କିନ୍ତୁ ଯେତେବେଳେ ଗୋଟିଏ ଓଟ ମରିଯାଏ, ସେତେବେଳେ ଓଟ ମାଲିକ ମୃତ ଓଟ ନିକଟକୁ ଯାଏ ନାହିଁ କିମ୍ବା ଅନ୍ୟ କାହାକୁ ମଧ୍ୟ ଯିବାକୁ ପରାମର୍ଶ ଦିଅନ୍ତି ନାହିଁ। ଏହାର କାରଣ ଅନେକ ରୋଚକ ରହିଛି।

ମୃତ୍ୟୁ ପରେ ଓଟର ଶବ ଏକ ବୋମା ପରି ହୋଇଯାଏ। ଏପରି ପରିସ୍ଥିତିରେ, ଯଦି କେହି ସେହି ଓଟର ମୃତ ଦେହକୁ ଛୁଇଁବାକୁ ଚେଷ୍ଟା କରେ, ତେବେ ଓଟର ମୃତଦେହ ବୋମା ପରି ବିସ୍ଫୋରଣ ହୁଏ। ମୃତ୍ୟୁ ପରେ ଓଟର ଶରୀରରେ ଏପରି କ’ଣ ହୁଏ ଯେ ଏହା ଏକ ବୋମା ପଲଟି ଯାଏ। ଏଭଳି ପ୍ରଶ୍ନ ମନକୁ ଆସୁଥିବ ନିଶ୍ଚିତ। ଆସନ୍ତୁ ଜାଣିବା…

ମୃତ୍ୟୁ ପରେ, ଓଟର ଦେହରେ ଥିବା ଚର୍ବି ଦୀର୍ଘ ସମୟ ପର୍ଯ୍ୟନ୍ତ ସମାନ ରହିଥାଏ। ତାହା ନଷ୍ଟ ହୋଇନଥାଏ। ପରେ ଧୀରେ ଧୀରେ ଏଥିରୁ ମିଥେନ ଗ୍ୟାସ୍ ଉତ୍ପାଦିତ ହୁଏ। ଏହା ବ୍ୟତୀତ, ଯେତେବେଳେ ଓଟର ଶରୀର ଭିତରୁ ସଢିବା ଆରମ୍ଭ ହୁଏ, ସେତେବେଳେ କାର୍ବନ ଡାଇଅକ୍ସାଇଡ୍, ନାଇଟ୍ରୋଜେନ୍ ଏବଂ ଏହିପରି ଅନେକ ବିପଜ୍ଜନକ ଗ୍ୟାସ୍ ଓଟର ଅନ୍ତନଳୀରେ ସୃଷ୍ଟି ହୁଏ। ଏହି କାରଣରୁ, ଓଟର ପେଟ ଫୁଲିଯାଏ ଏବଂ ସଂପୂର୍ଣ୍ଣ ଟାଣ ହୋଇଯାଏ। ଏହି ସମୟରେ ଯଦି କେହି ଓଟର ଶରୀରକୁ ଟଣାଓଟରା କରନ୍ତି, ତେବେ ଏହା ଫାଟିବା ଆରମ୍ଭ ହୁଏ। ଏହି ବିସ୍ଫୋରଣ ଏତେ ଭୟଙ୍କର ଯେ ଯଦି କେହି ଏହାର ନିକଟତର ହୁଅନ୍ତି, ତେବେ ସେ ଗୁରୁତର ଆହତ ହୋଇପାରନ୍ତି।

କେବଳ ଓଟମାନଙ୍କ ସହିତ ଏପରି ଘଟେ ନାହିଁ ବରଂ ସମସ୍ତ ଜୀବଜନ୍ତୁଙ୍କ ସହ ଏପରି ହଏ। ଯଦି କୌଣସି ପ୍ରାଣୀର ମୃତଦେହ ଖୋଲା ସ୍ଥାନରେ ଛାଡି ଦିଆଯାଏ, ତେବେ ଏହା ବେଲୁନ୍ ପରି ଫୁଲେ ଏବଂ ପରେ ବୋମା ପରି ବିସ୍ଫୋରଣ ହୁଏ। ଏହି କାରଣରୁ ଲୋକମାନେ ମୃତ୍ୟୁ ପରେ ପଶୁମାନଙ୍କୁ ମାଟିରେ ପୋତି ଦିଅନ୍ତି। ଏହା କରିବା ଦ୍ୱାରା ଶରୀର ଧୀରେ ଧୀରେ ମାଟିରେ କ୍ଷୟ ହୁଏ।

ଯେତେବେଳେ ବି ଆପଣ କୌଣସି ପ୍ରାଣୀର ମୃତ ଶରୀରକୁ ଖୋଲା ସ୍ଥାନରେ ଦେଖିବେ, ଭୁଲରେ ଏହା ନିକଟକୁ ଯିବେ ନାହିଁ। ପ୍ରାଣୀର ମୃତ୍ୟୁ ହେବା ସଙ୍ଗେ ସଙ୍ଗେ ମାଟିରେ ପୋତିଦେବେ। ଯେତେବେଳେ କୌଣସି ପ୍ରାଣୀର ଶରୀର ବିସ୍ଫୋରଣ ହୁଏ, ଏହାର ହାଡ ଏବଂ ବଡ଼ ମାଂସ ଖଣ୍ଡ ଆପଣଙ୍କୁ ଆଘାତ ଦେଇପାରେ। କିଛି ମାସ ପୂର୍ବେ ରାଜସ୍ଥାନର ବିକାନେରରୁ ଏଭଳି ଏକ ମାମଲା ଆସିଥିଲା। ଜଣେ ବ୍ୟକ୍ତି ଓଟର ମରଶରୀର ନିକଟକୁ ଯାଇ ଆହତ ହୋଇଥିଲେ।

 

Comments are closed.