Latest Odisha News

ମକ୍ସିପକ୍ସ କୁ ନେଇ ଆଡଭାଇଜରୀ ଜାରି କଲା ଦିଲ୍ଲୀ ଏମ୍ସ

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ଲଗାତାର ବଢୁଥିବା ମଙ୍କିପକ୍ସକୁ ନେଇ ଏମ୍ସ ଦିଲ୍ଲୀ ଆଡଭାଇଜରୀ ଜାରି କରିଛି । ଏହା ଅଧୀନରେ ସନ୍ଦିଗ୍ଧ ମକ୍ସିପକ୍ସ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । କ୍ୱାରେଣ୍ଟାଇନରେ ଚିକିତ୍ସା ପାଇଁ ପାଞ୍ଚଟି ବେଡ୍ ମଧ୍ୟ ଆବଣ୍ଟନ ହୋଇଛି ।

ଏସଓପି ରେ କୁହାଯାଇଛି ଯେ, ସନ୍ଦିଗ୍ଧ ରୋଗୀଙ୍କୁ ତୁରନ୍ତ କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯିବା ଉଚିତ୍ । ଯାହା ଫଳରେ ଅନ୍ୟ ରୋଗୀ ଏବଂ କର୍ମଚାରୀଙ୍କ ଠାରୁ ସେମାନେ ଦୂରେଇ ରହିବେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଟଓ) ମଙ୍କିପକ୍ସ ପ୍ରକୋପକୁ ଅନ୍ତର୍ଜାତୀୟ ଚିନ୍ତାର ବିଷୟ ବୋଲି କହିବା ସହ ସାର୍ବଜନୀନ ସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ।

ଯେଉଁଥିରେ ରୋଗ ବିଷୟରେ ସଚେତନତା ବୃଦ୍ଧି, ଶୀଘ୍ର ଚିହ୍ନଟ ଏବଂ ଅଧିକ ବିସ୍ତାରକୁ ରୋକିବା ପାଇଁ କଠୋର ସଂକ୍ରମଣ ନିୟନ୍ତ୍ରଣ ପଦକ୍ଷେପଗୁଡ଼ିକର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଛି ।

ଏମ୍ସ ଏସଓପି ଦସ୍ତାବିଜ ଅନୁଯାୟୀ, ଏମପକ୍ସ ଏକ ଭାଇରାଲ୍ ପଶୁ ଜନିତ ରୋଗ ଅଟେ । ଯଦିଓ ଡାକ୍ତରୀ ପାଠ ଇନୁସାରେ ଏହା କମ୍ ଗମ୍ଭୀର ଅଟେ । ଏମ୍ସ ର ଜରୁରୀକାଳୀନ ବିଭାଗରେ ଏହିପରି ମାମଲାଗୁଡ଼ିକର ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପଗୁଡିକ ଏହି ଦସ୍ତାବିଜ୍ ରେ ଦର୍ଶାଯାଇଛି ।

Comments are closed.