Latest Odisha News

BREAKING NEWS

ଆରଜି କର ମେଡିକାଲର ପୂର୍ବତନ ପ୍ରିନ୍ସିପାଲଙ୍କ ନାଁରେ ସଙ୍ଗୀନ ଅଭିଯୋଗ

ଅଚିହ୍ନା ଶବ ଗୁଡିକୁ ବିକ୍ରି କରି ଦେଉଥିବା ଅଭିଯୋଗ

କୋଲକାତା: ଆରଜି କର ମେଡିକାଲର ପୂର୍ବତନ ପ୍ରିନ୍ସିପାଲଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ। ମୃତଶରୀରକୁ ନେବା ପାଇଁ କେହି ପରିବାର ଲୋକ ଦାବି କରନ୍ତି ନାହିଁ ସେ ତାହାର ଅଙ୍ଗକୁ ବିକ୍ରି କରି ଟଙ୍କା ରୋଜଗାର କରୁଥିଲେ। କଲେଜର ଜଣେ ପୂର୍ବତନ ଡେପୁଟି ସୁପରିଟେଣ୍ଡେଣ୍ଟ ଏଭଳି ଅଭିଯୋଗ ଲଗାଇଛନ୍ତି।

ସନ୍ଦୀପ ଘୋଷ ଅଚିହ୍ନା ମୃତଦେହକୁ ବିକ୍ରି କରିବା ରାକେଟ୍‌ରେ ସାମିଲ ଥିବା ସଙ୍ଗେସଙ୍ଗେ ଅନେକ ବେଆଇନ କାର୍ଯ୍ୟରେ ମଧ୍ୟ ଲିପ୍ତ ଥିଲେ। ସେହିପରି ବାଂଲାଦେଶରେ ଜୈବ ଚିକିତ୍ସା ବର୍ଜ୍ୟବସ୍ତୁ ଏବଂ ଚିକିତ୍ସା ଉପକରଣର ଚୋରା କାରବାରରେ ମଧ୍ଯ ସେ ସାମିଲ ଥିଲେ।

ଆହୁରି ମଧ୍ଯ ଛାତ୍ରଙ୍କୁ ପାସ୍‌ କରିବା ପାଇଁ ଲାଞ୍ଚ ମାଗୁଥିଲେ। ଆବଶ୍ଯକସ୍ଥଳେ ପିଲାମାନଙ୍କୁ ଫେଲ୍ ମଧ୍ଯ କରିଦେଉଥିଲେ ସନ୍ଦୀପ। ଦୁର୍ନୀତି ନେଇ ତାଙ୍କ ନାମରେ ଅଭିଯୋଗ ହୋଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ବୋଲି ସେ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି।

ଅଧିକ ପଢନ୍ତୁ- ଆରଜି କର ହସ୍ପିଟାଲରେ ଭଙ୍ଗାରୁଜା ମାମଲା: ୩ ପୋଲିସ ନିଲମ୍ବିତ, ମେଡିକାଲ ଦାୟିତ୍ୱ ନେଲା ସିଆଇଏସ୍‌ଏଫ୍‌

Comments are closed.