Latest Odisha News

BREAKING NEWS

ଔଷଧ ତିଆରି କମ୍ପାନୀରେ ବିସ୍ଫୋରଣ, ୧୮ ଗୁରୁତର

ଅମରାବତୀ: ଆନ୍ଧ୍ରପ୍ରଦେଶର ଅନାକାପଲ୍ଲେ ଜିଲ୍ଲା ସ୍ଥିତ ଏକ ଔଷଧ ତିଆରି କମ୍ପାନୀରେ ବିସ୍ଫୋରଣ । କମ୍ପାନୀରେ ଥିବା ଏକ ରିଆକ୍ଟର ବିସ୍ଫୋରଣ ଘଟିବାରୁ ୧୮ ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଏନଟିଆର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଖବର ମୁତାବକ, ବୁଧବାର ଅପରାହ୍ନ ସମୟରେ ଆନ୍ଧ୍ରପ୍ରଦେଶର ଏସେନସିଆ ଫାର୍ମା କମ୍ପାନୀରେ ବିସ୍ଫୋରଣ ହୋଇଥିଲା । ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଏନଟିଆର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ଚିକିତ୍ସା ଜାରି ରହିଛି । ତେବେ ୧୮ ଜଣ ଗୁରୁତରଙ୍କ ମଧ୍ୟରେ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି ।

ଖବରପାଇ ଜିଲ୍ଲାପାଳ ଏବଂ ପୋଲିସ ଅଧୀକ୍ଷକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି ।

Comments are closed.