Latest Odisha News

BREAKING NEWS

କୋଲକାତା ବର୍ବର କାଣ୍ଡ: ଗାଙ୍ଗରେପକୁ ନେଇ ଚାଞ୍ଜଲ୍ୟକର ତଥ୍ୟ ଦେଲା ସିବିଆଇ

କୋଲକାତା: କୋଲକାତା ଟ୍ରେନି ଡାକ୍ତରଙ୍କୁ ହତ୍ୟା ଓ ଦୁଷ୍କର୍ମ ଘଟଣାରେ ଗୁରୁବାର ସୁପ୍ରିମକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିଛି ସିବିଆଇ । ଷ୍ଟାଟସ ରିପୋର୍ଟରେ ହସ୍ପିଟାଲ କର୍ତ୍ତୃପକ୍ଷ ଓ ପଶ୍ଚିମବଙ୍ଗ ପୋଲିସର କାର୍ଯ୍ୟକଳାପକୁ ଦାୟୀ କରିଛି ସିବିଆଇ । ତେବେ ଏହାରି ଭିତରେ ସିବିଆଇ ରିପୋର୍ଟରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଏହି ଘଟଣାରେ ଏଯାବତ ସିବିଆଇ ଦ୍ବାରା କରାଯାଇଥିବା ଯାଞ୍ଚ କହୁଛି, ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରିବା ପଛରେ କେବଳ ଜଣେ ବ୍ୟକ୍ତିଙ୍କ ହାତ ରହିଛି ।

ସିବିଆଇ ଯାଞ୍ଚ କରିଥିବା ଫରେନସିକ୍ ରିପୋର୍ଟ କହୁଛି, ଗିରଫ ଅଭିଯୁକ୍ତ ସଂଜୟ ରାୟ ହିଁ ପୀଡିତାଙ୍କୁ ଦୁଷ୍କର୍ମ କରି ପରେ ହତ୍ୟା କରିଥିଲା । ଏଥିସହିତ ଡିଏନଏ ରିପୋର୍ଟ ମଧ୍ୟ ସେହି ସମାନ କଥା କହୁଛି । ଅନ୍ୟପକ୍ଷରେ ସିବିଆଇ ଆରଜି କର ମେଡିକାଲ କଲେଜ ସିସିଟିଭି ଯାଞ୍ଚରୁ ମଧ୍ୟ କେବଳ ଏହି ଘଟଣାରେ ସଞ୍ଜୟର ସଂପୃକ୍ତି ହିଁ ଠାବ କରିଛି । ଯାହକୁ ନେଇ ପ୍ରାଥମିକ ସ୍ତରରେ ଏହା ଗାଙ୍ଗରେପ ନୁହେଁ ବୋଲି ସନ୍ଦେହ କରିଛି ସିବିଆଇ । ହେଲେ ଏନେଇ ସ୍ପଷ୍ଟତା ପାଇଁ ସବୁ ଦିଗ ଉପରେ ଏବେବି ଯାଞ୍ଚ ଜାରି ରଖିଛି ସିବିଆଇ ।

ଏହାସହିତ ସିବିଆଇ ଏହି ମାମଲାରେ ଆରଜି କର କଲେଜ ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କର ବଡ ଅନିୟମିତତା ବାରିଛି । ସେ ଏହା ବି ଦର୍ଶାଇଛି ଯେ ପ୍ରମାଣ ନଷ୍ଟ କରିବା ପାଇଁ ଘଟଣାସ୍ଥଳରେ ବିଭିନ୍ନ କାର୍ଯ୍ୟକଳାପ ଆରମ୍ଭ ହୋଇଥିଲା । ଏପରି ଘଟଣାରେ ଡାକ୍ତରଖାନା କର୍ତ୍ତୃପକ୍ଷ ଓ ପ୍ରିନ୍ସିପାଲ ସବୁ ନିୟମ ଜାଣି ମଧ୍ୟ ଘଟଣା ସ୍ଥଳକୁ ସୁରକ୍ଷିତ ରଖିବାରେ ବିଫଳ ହେଲେ । ଏହା ହତ୍ୟା ଜାଣିବା ପରେ ବି ଏହା ଉପରେ ତତ୍ପରତା ଦେଖାଇନଥିଲେ ପ୍ରିନ୍ସିପାଲ । ଯାହା ଏବେ ସନ୍ଦୀପ ଘୋଷଙ୍କ ପାଇଁ ବଡ ଅଡୁଆା ହୋଇପାରେ । ଏହାସହିତ ଏହି ମାମଲାରେ ପଶ୍ଚିମବଙ୍ଗ ପୋଲିସର କାର୍ଯ୍ୟକଳାପ କିଛି ଠିକ୍ ନଥିବା ଦର୍ଶାଇଛି ସିବିଆଇ ।

ଅନ୍ୟପଟରେ ଏହା ଗାଙ୍ଗରେପ ହୋଇନଥିବା କଥା ସିବିଆଇ ତାର ରିପୋର୍ଟରେ ଦର୍ଶାଇବା ପରେ, ଏନେଇ ସୋସିଆଲ ମିଡିଆରେ ଚର୍ଚ୍ଚା  ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏନେଇ କୋର୍ଟ କହିଛନ୍ତି, ମହିଳା ଡାକ୍ତରଙ୍କ ମୃତଦେହରୁ ୧୫୧ ଗ୍ରାମ ସିମେନ ମିଳିବା ପ୍ରସଙ୍ଗକୁ ସୋସିଆଲ ମିଡିଆରେ ଆଉ ନ ତେଜିବା ହିଁ ଭଲ ହେବ । ଆମ ପାଖରେ ଅଟୋପ୍ସି ରିପୋର୍ଟ ଅଛି । ଆଉ ଆମେ ସମସ୍ତେ ଜାଣିଛେ ୧୫୦ ଗ୍ରାମ କ’ଣ ଇଙ୍ଗିତ କରୁଛି । ତେଣୁ ସୋସିଆଲ ମିଡିଆରେ ଏନେଇ ଯୁକ୍ତି ନକରିବାକୁ ଅନୁରୋଧ କରିଛନ୍ତି ସିଜେଆଇ ।

Comments are closed.