Latest Odisha News

ଜୁଆଆଡ୍ଡା ଉପରେ ଚଢାଉ, ୩ ଗିରଫ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ପୋଲିସକୁ ବଡ ସଫଳତା । ଡୁଙ୍ଗୁରିପାଲି ଥାନା କପାସିରା ମନ୍ଦିର ପଛପଟେ ଚାଲିଥିବା ଜୁଆଆଡ୍ଡା ଉପରେ ପୋଲିସର ଚଢାଉ l ଚଢାଉ ବେଳେ ଖେଳ ସାମଗ୍ରୀ ସହ ୧୫୦୦ ଟଙ୍କା ଜବତ କରିଛି ପୋଲିସ ।

ସୂଚନା ଅନୁସାରେ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଜି ଡୁଙ୍ଗୁରିପାଲି ପୋଲିସ କପାସିରା ଠାରେ ଚାଲିଥିବା ଜୁଆ ଖେଳ ଉପରେ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିବା ସହ ଖେଳରେ ବ୍ୟବହୃତ ପଟି, ୬ଟି ଗୋଟି ଏବଂ ୧୫୦୦ ଟଙ୍କା ଜବତ କରିଛି ପୋଲିସ l ଅଭିଯୁକ୍ତ ମାନେ ହେଲେ ଲଚ୍ଛିପୁର ଥାନା ଅଞ୍ଚଳ ବିଲେଇବାହାଲ ଗାଁର ଚକ୍ରଧର ମେହେର, ଖୁଡୀଆବାହାଲ ଗ୍ରାମର ମାନ୍ଧାତା ବାଗ ଓ ପରେସ ଅଗ୍ରୱାଲ l ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

Comments are closed.