Latest Odisha News

ବାର୍ଡ ଫ୍ଲୁ ଆତଙ୍କ: ୫ ହଜାରରୁ ଅଧିକ କୁକୁଡା ମରାଗଲା, ଓଡ଼ିଶାରୁ କୁକୁଡା ଆମଦାନୀ ବନ୍ଦ

ପିପିଲି: ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ବାର୍ଡ ଫ୍ଲୁ ପଜିଟିଭ ଚିହ୍ନଟ ହେବା ପରେ ଆକ୍ସନ ମୋଡରେ ପ୍ରାଣୀଧନ ବିଭାଗ। ଭୂତାଣୁ ସଂକ୍ରମଣ ରୋକିବାକୁ ବିଭାଗ ପକ୍ଷରୁ ଶନିବାରଠାରୁ ଆରମ୍ଭ ହୋଇଛି କୁକୁଡାମରା ଅଭିଯାନ। ଦୁଇ ଦିନ ଭିତରେ ୫ ହଜାରରୁ ଅଧିକ କୁକୁଡ଼ା ମାରିସାରିଲେଣି ପ୍ରଶାସନ। ପୁରୀ ଜିଲ୍ଲାର ପିପିଲି ବ୍ଲକରେ ବ୍ରଏଲର କୁକୁଡାଙ୍କଠାରେ ବାର୍ଡ-ଫ୍ଲୁ ରୋଗ ଚିହ୍ନଟ ହେବା ଚିନ୍ତା ବଢ଼ାଇ ଦେଇଛି।

କୁକୁଡାମରା ଅଭିଯାନ ଆଉ ୧୫ ଦିନ ଲାଗିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ପ୍ରାୟ ୨୦ ହଜାର କୁକୁଡା ମରାଯିବ। ଯେଉଁ ସ୍ଥାନରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି ସେଠାରେ ଆସନ୍ତା ୫ ମାସ ପର୍ଯ୍ୟନ୍ତ ଆଉ କୁକୁଡା ଚାଷ କରାଯିବ ନାହିଁ। ଯେଉଁ ସ୍ଥାନରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି ସେହି ସ୍ଥାର ୧ କିମି ପରିଧି ଭିତରେ ଥିବା ସମସ୍ତ କୁକୁଡା ଫାର୍ମରୁ କୁକୁଡା ମାରିବା ପାଇଁ ପ୍ରାଣୀଧନ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କୁକୁଡା ମରାଯିବା ପରେ ସମସ୍ତା ଫାର୍ମକୁ ସାନିଟେସନ କରାଯିବ।

ଅନ୍ୟପଟେ ପଶ୍ଚିମବଙ୍ଗ ପଲ୍ୟୁଟ୍ରି ଫେଡେରେସନ ପକ୍ଷରୁ ଓଡ଼ିଶାରୁ ପଶ୍ଚିମବଙ୍ଗକୁ କୁକୁଡା ଓ କୁକୁଡା ଜାତ ଦ୍ରବ୍ୟର ଆମଦାନୀ ଉପରେ ରବିବାର ରୋକ୍ ଲଗାଯାଇଛି। ପଶ୍ଚିମବଙ୍ଗ ପଲ୍ୟୁଟ୍ରି ଫେଡେରେସନ ପକ୍ଷରୁ ଉକ୍ତ ରାଜ୍ୟର ସମସ୍ତ କୁକୁଡା ବ୍ୟବସାୟୀଙ୍କୁ ଏହି ସୂଚନା ଦିଆଯିବା ସହ ଓଡ଼ିଶାରୁ କୌଣସି ଜୀବନ୍ତ କୁକୁଡା ଓ କୁକୁଡା ଉତ୍ପାଦ ନଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଦିଗରେ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

Comments are closed.