Latest Odisha News

ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ; ବସ ଯାତ୍ରୀଙ୍କ ପରିଚୟ ପତ୍ର ଯାଞ୍ଚ କରି ଗୁଳିମାଡ

ବାଲୁଚିସ୍ତାନ: ପାକିସ୍ତାନର ବାଲୁଚିସ୍ତାନରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାୟ ୨୩ ଜଣଙ୍କର ମୃତ୍ୟୁ ଘଟିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୋମବାର ଦିନ କିଛି ଅଜ୍ଞାତ ବନ୍ଧୁକଧାରୀମାନେ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏକ ବସରୁ ଯାତ୍ରୀଙ୍କୁ ଓହ୍ଲାଇ ସେମାନଙ୍କ ପରିଚୟ ଯାଞ୍ଚ କରିବା ପରେ ଗୁଳିମାରି ହତ୍ୟା କରିଥିଲେ।

ବାଲୁଚିସ୍ତାନର ମୁସାଖେଲ ଜିଲ୍ଲାରେ ଏହି ଘଟଣା ଘଟିଛି। ସହକାରୀ କମିଶନର ମୁସାଖେଲ ନଜୀବ କାକରଙ୍କ ଅନୁଯାୟୀ, ସଶସ୍ତ୍ର ବ୍ୟକ୍ତିମାନେ ମୁସାଖେଲର ରାରାଶାମ ଜିଲ୍ଲାର ଇଣ୍ଟର ଷ୍ଟେଟ ରାଜପଥକୁ ଅବରୋଧ କରିଦେଇଥିଲେ। ଯାହାପରେ ଏକ ବସକୁ ଅଟକାଇ ଯାତ୍ରୀଙ୍କୁ ଓହ୍ଲାଇ ଦେଇଥିଲେ। ପରେ ସମସ୍ତଙ୍କର ପରିଚୟ ପତ୍ର ଯାଞ୍ଚ କରିବାକୁ ଲାଗିଥିଲେ।

Comments are closed.