Latest Odisha News

କୋଲକତା ଦୁଷ୍କର୍ମ-ହତ୍ୟା ମାମଲା; ଆସିଲା ଡିଏନଏ-ଫରେନସିକ ରିପୋର୍ଟ

କୋଲକତା: କୋଲକତା ଆର.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା । ଡିଏନଏ ଓ ଫରେନସିକ ରିପୋର୍ଟରୁ ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ । ଏହି ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସଂପୃକ୍ତି ନଥିବା ରିପୋର୍ଟରୁ ଜଣାପଡିଛି ।

ବର୍ତ୍ତମାନ ସିବିଆଇ ଶେଷ ପ୍ରମାଣ ପାଇଁ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ) ର ବିଶେଷଜ୍ଞଙ୍କ ସହ ପରାମର୍ଶ ନେବ ।

ଅନ୍ୟପଟେ, କୋଲକତା ପୋଲିସ ଓ ଅଭିଯୁକ୍ତ ସଞ୍ଜୟ ରୟଙ୍କ ମଧ୍ୟରେ ଭିତିରିଆ ସମ୍ପର୍କ ଥିବା ଖୁଲାସା କରିଛି ସିବିଆଇ । ସିବିଆଇ ଅନୁଯାୟୀ, ଘଟଣା ଦିନ ରାତିରେ ସଞ୍ଜୟ ଯେଉଁ ବାଇକ ଚାଲାଇଥିଲା ତାହା କୋଲକତା ପୋଲିସ କମିଶନର ନାଁ ରେ ପଞ୍ଜିକୃତ ହୋଇଛି । ଏହି ବାଇକରେ ସଞ୍ଜୟ ମଦ୍ୟପାନ କରି ୧୫ କିଲୋମିଟର ପର୍ଯ୍ୟନ୍ତ ଯାଇଥିଲା ।

ସୂଚନାଯୋଗ୍ୟ, ଦୁଷ୍କର୍ମକାରୀ ସଞ୍ଜୟ ରୟଙ୍କୁ ପ୍ରଥମେ କୋଲକାତା ପୋଲିସର ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ ଗିରଫ କରିଥିଲା, କିନ୍ତୁ କୋଲକାତା ହାଇକୋର୍ଟ ଏହି ମାମଲାର ତଦନ୍ତକୁ ସିବିଆଇକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେବା ପରେ ଅଭିଯୁକ୍ତଙ୍କୁ ସିବିଆଇ ହସ୍ତାନ୍ତର କରାଯାଇଥିଲା । ଏବେ କେସ୍ ସିବିଆଇ ଅଧୀନରେ ରହିଛି ।

Comments are closed.