Latest Odisha News

ଲାଞ୍ଚ ନେଇ ବନ୍ଧାହେଲେ ଆରଆଇ ବାବୁ

ଜଗତସିଂହପୁର: ଲାଞ୍ଚ ନେଇ ବନ୍ଧାହେଲେ ଜଗତସିଂହପୁର ବାଲିକୁଦା ତହସିଲର ମଲ୍ଲିକାପୁର ରାଜସ୍ବ ନିରୀକ୍ଷକ(ଆରଆଇ) ବିଭୁଦତ୍ତ ସାହୁ। ଜମି ପଟା ମିଉଟେଶନ କରେଇଦେବା ପାଇଁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବିଭୁଦତ୍ତ ସାହୁଙ୍କୁ ମାଡିବସିଥିଲା ଜଗତସିଂହପୁର ଭିଜିଲାନ୍ସ ଟିମ୍ ।

ସୂଚନା ଅନୁସାରେ, ଜମି ପଟା ମ୍ୟୁଟେସନ କାମ କରାଇ ଦେବା ପାଇଁ ବିଭୁଦତ୍ତ ଲାଞ୍ଚ ମାଗୁଥିବା ନେଇ ପୂର୍ବରୁ ଭିଜିଲାନ୍ସ ପାଖରେ ଅଭିଯୋଗ ହୋଇଥିଲା। ଏହାପରେ ଯୋଜନା ମୁତାବକ ଆଜି ବିଭୁଦତ୍ତ ଲାଞ୍ଚ ନେଉଥିବା ବେଳେ ତାଙ୍କୁ ମାଡି ବସିଥିଲା ଭିଜିଲାନ୍ସ ଟିମ୍ । ଘଟଣାରେ କଟକ ଭିଜିଲାନ୍ସ ପାଖରେ ଏକ ମାମଲା ରୁଜୁ କରାଯାଇ ବିଭୁଦତଙ୍କର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଥିବା ସନ୍ଦେହ କରି ଦୁଇଟି ସ୍ଥାନରେ ସର୍ଚ୍ଚ ଅପରେସନ କରାଯାଉଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କେତେ ଆୟବର୍ହିଭୂତ ସମ୍ପତି ଠାବ କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ।

 

Comments are closed.