Latest Odisha News

ଦିଲ୍ଲୀ ହାଇକୋର୍ଟରୁ ପୂଜା ଖେଡକରଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ: ପୂର୍ବତନ ଆଇଏଏସ ଟ୍ରେନି ଅଫିସର ପୂଜା ଖେଡକରଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି । ପୂଜା ଖେଡକରଙ୍କ ଗିରଫଦାରୀକୁ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି । ଏହାପୂର୍ବରୁ ମଧ୍ୟ ଖେଡକରଙ୍କ ଗିରଫଦାରୀକୁ ଅଗଷ୍ଟ ୨୯ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।

ଏକ ନୂତନ ସ୍ଥିତି ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ଦିଲ୍ଲୀ ପୋଲିସକୁ ସମୟ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୫ରେ ହେବ । ଗତ ଶୁଣାଣିରେ ଦିଲ୍ଲୀ ପୋଲିସ ପୂଜାଙ୍କ ଜାମିନ ଆବେଦନକୁ ବିରୋଧ କରିଥିଲା । ଦିଲ୍ଲୀ ପୋଲିସ କହିଛିଯେ, ପୂଜାଙ୍କ ବିରୋଧରେ ଠକେଇ ଭଳି ଗୁରୁତର ଅଭିଯୋଗ ରହିଛି । ଏହି ମାମଲା ପ୍ରଶାସନିକ ସେବାରେ ସଂରକ୍ଷିତ ବର୍ଗର ଅପବ୍ୟବହାର ସହିତ ସମ୍ବନ୍ଧୀୟ ।

ଯେପର୍ଯ୍ୟନ୍ତ ଏହି ମାମଲା ବିଚାରଧୀନ ରହିଛି ସେବେ ଯାଏଁ ପୂଜାଙ୍କୁ ଗିରଫ ନକରିବାକୁ ଦିଲ୍ଲୀ ହାଇକୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ନିର୍ଦ୍ଦେଶ ଦେଇଥିଲେ । କାରଣ ତାଙ୍କୁ ତୁରନ୍ତ ଗିରଫ କରିବା ଆବଶ୍ୟକ ନୁହେଁ । ଏହି ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ ସୁବ୍ରମଣ୍ୟମ୍ ପ୍ରସାଦ ପୂଜା ଖେଡକରଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଅଗଷ୍ଟ ୨୯ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ ।

ସୂଚନାଯୋଗ୍ୟ, ପୂଜା ସଂରକ୍ଷଣ ସୁବିଧା ପାଇବାକୁ ୟୁପିଏସ୍‌ସି ସିଭିଲ ସର୍ଭିସେସ ପରୀକ୍ଷା ୨୦୨୨ ପାଇଁ ତାଙ୍କ ଆବେଦନରେ ଭୁଲ ତଥ୍ୟ ଉପସ୍ଥାପନ କରିଥିବା ଅଭିଯୋଗ ହୋଇଛି । ଜୁଲାଇ ୩୧ରେ, କେନ୍ଦ୍ର ଜନସେବା ଆୟୋଗ (ୟୁପିଏସସି) ଖେଡକରଙ୍କ ପ୍ରାର୍ଥୀତ୍ୱକୁ ବାତିଲ କରିଦେଇଛି । ଏଥିସହ ଭବିଷ୍ୟତର ପରୀକ୍ଷା ଦେବା ଉପରେ ମଧ୍ୟ ରୋକ ଲଗାଯାଇଛି ।

Comments are closed.