Latest Odisha News

ସିଂହୀ ବିଜଲି କୋଳରୁ ଆଖି ବୁଜିଲେ ୨ ଶାବକ

ବାରଙ୍ଗ: ଗତ ଗୁରୁବାର ନନ୍ଦନକାନନରେ ପ୍ରାଣୀ ଉଦ୍ୟାନରେ ଖେଳିଯାଇଥିଲା ଖୁସିର ଲହରୀ । ସିଂହୀ ବିଜଲି ଜନ୍ମ ଦେଇଥିଲା ୫ ଶାବକ । ହେଲେ ଏଥିରୁ ଦୁଇ ଦିନରେ ଦୁଇଟି ଶାବକ ଆଖି ବୁଜିଲେଣି ।

ତେବେ ଜନ୍ମ ଦେବା ପରେ ବିଜଲି ଏହି ଦୁଇ ଶାବକଙ୍କୁ ଗ୍ରହଣ କରିନଥିଲା । ଯାହା ଫଳରେ ମା କ୍ଷୀରରୁ ବଞ୍ଚିତ ରହିଥିଲେ ୨ଟି ଶାବକ । ପରେ ସେଥିମଧ୍ୟରୁ ଜଣଙ୍କର ମୃତ୍ୟୁ ହେବାରୁ ଆଉ ଜଣଙ୍କୁ ପ୍ରାଣୀ ଚିକିତ୍ସାଳୟ ଅଣାଯାଇ ଚିକିତ୍ସା କରାଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ତାହାର ଆଜି ମୃତ୍ୟୁ ଘଟିଛି । ତେବେ ମା କ୍ଷୀର ନପାଇବାରୁ ୨ ଶାବକଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ସେପଟେ ଅନ୍ୟ ଶାବକମାନଙ୍କୁ ବିଜଲି ଠିକ୍ ଭାବରେ ଲାଳନା ପାଳନ କରୁଥିବା ସିସିଟିଭ ଜରିଆରେ ଦେଖିବାକୁ ମିଳିଛି । ଏହି ଦୁଇ ଶାବକଙ୍କ ମୃତ୍ୟୁ ପରେ ଏବେ ନନ୍ଦନକାନନରେ ସିଂହ ସଂଖ୍ୟା ୨୩କୁ ହ୍ରାସ ପାଇଛି ।

Comments are closed.