Latest Odisha News

ସୁଭଦ୍ରାକୁ ନେଇ ପୁଣି ତାତିଲା ଗୃହ, ସାଢେ ୧୧ ଯାଏଁ ମୁଲତବି

ଭୁବନେଶ୍ବର: ଗତ ଦୁଇ ଦିନ ହେବ ସୁରୁଖୁରୁରେ ଗୃହ ଚାଲିବା ପରେ ଆଜି ପୁଣି ହଟ୍ଟଗୋଳରେ ଗୃହ ମୁଲତବି । ସୁଭଦ୍ରା ଯୋଜନାକୁ ନେଇ ବିରୋଧୀ ବିଜେଡି ସଦସ୍ୟ ଗୃହରେ ହୋହଲ୍ଲା କରିବାରୁ ସାଢେ ୧୧ଟା ଯାଏଁ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି ସୁରମା ପାଢୀ ।

ତେବେ ଗୃହ ଆରମ୍ଭରେ ସ୍ବର୍ଗତ ଅଶ୍ବିନୀ କୁମର ଗୁରୁଙ୍କ ଲାଗି ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାପରେ ପ୍ରଶ୍ନକାଳ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ନିଜର ଉତ୍ତର ରଖିବା ବେଳେ ବିରୋଧୀ ବିଜେଡି ହୋହଲ୍ଲା ଆରମ୍ଭ କରିଥିଲେ ।  ସୁଭଦ୍ରା ଯୋଜନାରେ ପ୍ରତିଶ୍ରୁତି ଦେଇ ସରକାର ପାଳନ କରିନାହାନ୍ତି ବୋଲି ଅଭିଯୋଗ କରି ବାଚସ୍ପତିଙ୍କ ପୋଡିୟମ ପାଖକୁ ଯାଇ ପ୍ରବଳ ହଟ୍ଟଗୋଳ କରିଥିଲେ ବିଜେଡି ସଦସ୍ୟ । ଏହା ସହିତ ନାରାବାଜି ମଧ୍ୟ କରିଥିଲେ । ଯାହାପରେ ବାଚସ୍ପତି ତାଙ୍କୁ ଆଲୋଚନା ପାଇଁ କହିଥିଲେ ମଧ୍ୟ ସ୍ଥିତି ଅସମ୍ଭାଳ ହେବାରୁ ଗୃହକୁ ସାଢେ ୧୧ଟା ଟାଏ ମୁଲତବି ରଖିଛନ୍ତି ବାଚସ୍ପତି ।

Comments are closed.