Latest Odisha News

ବାଂଲାଦେଶରେ ହିନ୍ଦୁ ଶିକ୍ଷୟିତ୍ରୀଙ୍କୁ ଟାର୍ଗେଟ, ଇସ୍ତଫା ଦେଲେଣି ପ୍ରାୟ ୫୦ ଜଣ

ଢାକା: ବାଂଲାଦେଶରେ ଶେଖ ହସିନାଙ୍କ ସରକାରର ପତନ ପରେ ହିନ୍ଦୁମାନଙ୍କୁ ଏକପ୍ରକାର ଟାର୍ଗେଟ କରାଯାଉଛି। ସରକାରୀ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ହିନ୍ଦୁ ଶିକ୍ଷୟିତ୍ରୀ ମାନଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଉଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଅତି କମରେ ୫୦ ଜଣ ହିନ୍ଦୁ ଶିକ୍ଷୟିତ୍ରୀ ଚାକିରୀ ଛାଡିବାକୁ ବାଧ୍ୟ ହୋଇଛନ୍ତି।

ଖବର ଅନୁଯାୟୀ, ଅଗଷ୍ଟ ୨୯ରେ ବରିଶଲଙ୍କ ବେକରଗଞ୍ଜ ସରକାରୀ ମହାବିଦ୍ୟାଳୟର ପ୍ରିନ୍ସପାଲ ଶୁକ୍ଲା ରାନୀ ହଲଦରଙ୍କ କାର୍ଯ୍ୟାଳୟରେ ପଶି କିଛି ଛାତ୍ର ଓ ସ୍ଥାନୀୟ ଜନତା ହଙ୍ଗାମା କରିବା ତାଙ୍କ ଇସ୍ତଫା ଦାବି କରିଥିଲେ। ବହୁ ସମୟ ଧରି ଧମକଚମକ ଦେବା ପରେ ହଲଦର ସାଧା କାଗଜରେ ‘ମୁଁ ଇସ୍ତଫା ଦେଉଛି’ ଲେଖି ଚାକିରି ଛାଡିଥିଲେ।

ଏହାପୂର୍ବରୁ ଅଗଷ୍ଟ ୧୮ରେ ଆଜିମପୁର ସରକାରୀ ବାଳିକା ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ପ୍ରାୟ ୫୦ ଛାତ୍ର ପ୍ରିନ୍ସିପାଲ ଗୀତାଞ୍ଜଳି ବାରୁଆଙ୍କ ଘରକୁ ଘେରି ଯାଇଥିଲେ। ତାଙ୍କଠାରୁ ଇସ୍ତଫା ଦାବି କରାଯାଇଥିଲା।

ତେବେ ହିନ୍ଦୁ ଶିକ୍ଷକ ଓ ଶିକ୍ଷାନୁଷ୍ଠାନର ପ୍ରଶାସକ ମାନେ ଇସ୍ତଫା ପତ୍ରରେ ଦସ୍ତଖତ କରିବାକୁ ବାଧ୍ୟ ହେଉଥିବା ବେଳେ ସେମାନଙ୍କ ବାସଭବନକୁ ଟାର୍ଗେଟ୍ କରାଯାଉଥିବାରୁ ଚିନ୍ତା ବଢ଼ିଛି।

Comments are closed.