Latest Odisha News

କଟକରେ ହିଁ ରହିବ ଅବକାରୀ କମିଶନର ଅଫିସ: ଅବକାରୀ କମିଶନର

କଟକ: କଟକରେ ହିଁ ରହିବ ଅବକାରୀ କମିଶନର ଅଫିସ । ଭୁବନେଶ୍ବର ସ୍ଥାନାନ୍ତର ହେବା ଏକ ଗୁଜବ ମାତ୍ର । ସ୍ଥାନାନ୍ତର ହେବାର କୌଣସି ପ୍ରସ୍ତାବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଅବକାରୀ କମିଶନର ନରସିଂହ ଭୋଳ ।

ଅବକାରୀ କମିଶନର ନରସିଂହ ଭୋଳ କହିଛନ୍ତି ଯେ, କଟକରେ ଅବକାରୀ କମିଶନର ଅଫିସ ଅଛି, ସ୍ଥାନାନ୍ତର ହେବାର ପ୍ରସ୍ତାବ ନାହିଁ l ଭୁବନେଶ୍ବରରେ କେବଳ କ୍ୟାମ୍ପ ଅଫିସ ଜରୁରୀ କାମ ପଡିଲେ ଆସେ । ପୂର୍ବରୁ ରାଜସ୍ବ ବିଭାଗ ଅଧୀନରେ ରହିଥିଲା ଅବକାରୀ ବିଭାଗ । ସେଥିପାଇଁ କମିଶନର ଅଫିସ ରାଜସ୍ବ ପରିଷଦ କୋଠାରେ ଚାଲିଥିଲା । ୧୯୯୯ରେ ଅଲଗା ହେବା ପରେ ବି ଅଫିସ ସେଇଠି ଚାଲିଥିଲା । ୨ ବର୍ଷ ତଳେ ନିର୍ଦ୍ଦେଶ ହେବାରୁ ଫ୍ଲାଇଂ ସ୍କ୍ବାଡ୍‌ ଅଫିସକୁ ସ୍ଥାନାନ୍ତର ହୋଇଥିଲା । ତେବେ କଟକରେ ସ୍ଥାନ ଅଭାବରୁ କେବଳ ଲ୍ୟାବ୍‌ ଭୁବନେଶ୍ବର ଆସିଥିଲା । ଗୋଦାମ, ଲ୍ୟାବ୍‌ ଏବଂ ଫ୍ଲାଇଂ ସ୍କ୍ବାଡ୍‌ ଅଫିସ ଭୁବନେଶ୍ବର ଆସିଥିଲା ବୋଲି କହିଛନ୍ତି ନରସିଂହ ଭୋଳ।

Comments are closed.