Latest Odisha News

ସୁନୀତି ମୁଣ୍ଡଙ୍କୁ ଘଉଡ଼ାଇ ଦେଲେ ମହିଳା ବିଜେପି କର୍ମୀ

ଭୁବନେଶ୍ୱର: ସୁନୀତି ମୁଣ୍ଡଙ୍କୁ ଘଉଡ଼ାଇ ଦେଲେ ମହିଳା ବିଜେପି କର୍ମୀ । ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସିଥିବା ବେଳେ ଘଉଡ଼ାଇ ଦେଲେ ବିଜେପି କର୍ମୀ । ନିଲମ୍ବନ ସତ୍ତ୍ୱେ ପାର୍ଟି ଅଫିସକୁ ଆସିଥିବାରୁ ଏପରି ଘଉଡ଼ାଇ ଦେଲେ କର୍ମୀ । ଗଣମାଧ୍ୟମରେ ଦଳ ବିରୋଧୀ ମନ୍ତବ୍ୟ ଦେବା ଅଭିଯୋଗରେ ଘଉଡ଼ାଇଲେ ।

ତେବେ ଘଉଡେଇବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ସୁନୀତି । ମୁଁ ସେମିତି କିଛି ଭୁଲ୍‌ କରିନାହିଁ । ମୁଁ ଦଳରେ ଅଛି, ଏହା ମୋ ଘର ବୋଲି କହିଛନ୍ତି ସୁନୀତି ମୁଣ୍ଡ ।

ସୂଚନାଯୋଗ୍ୟ ଯେ, ଦଳ ବିରୋଧୀ ମନ୍ତବ୍ୟ ଦେବା ଅଭିଯୋଗରେ ନିକଟରେ ସୁନୀତିଙ୍କୁ ବିଜେପିରୁ ନିଲମ୍ବନ କରାଯାଇଥିଲା । ତେବେ ଭୁବନେଶ୍ୱର ମହାନଗର ବିଜେପି ମେୟର ପ୍ରାର୍ଥୀ ଥିଲେ ସୁନୀତି ।

Comments are closed.