Latest Odisha News

BREAKING NEWS

ଭିନ୍ନ ମନ୍ଦିର, ଭିନ୍ନ ଏହାର ଗଠନ ଶୈଳୀ, ପୂଜା ପାଆନ୍ତି ଗୋବର ଗଣେଷ

ଭୋପାଳ: ଭାରତରେ ବିଭିନ୍ନ ମନ୍ଦିର ଅଛି। ଏହି ମନ୍ଦିରର ଇତିହାସ ମଧ୍ୟ ବହୁତ ପୁରୁଣା। ହେଲେ ଭାରତରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ଗୋବରରେ ତିଆରି ଭଗବାନ ଗଣେଶଙ୍କ ପୂଜା କରାଯାଉଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ ଏହି ମନ୍ଦିର ମଧ୍ୟପ୍ରଦେଶର ମହେଶ୍ୱର ନାମକ ସ୍ଥାନରେ ରହିଛି। ଏଠାରେ ଭଗବାନ ଗଣେଶ ଦକ୍ଷିଣ ମୁଖା ହୋଇ ଦର୍ଶନ ଦେଉଛନ୍ତି। ଏହି ମନ୍ଦିରର ମୂର୍ତ୍ତି ଗୋବରରେ ତିଆରି ହୋଇଥିବାରୁ ଏହି ମନ୍ଦିରକୁ ଗୋବର ଗଣେଶ ମନ୍ଦିର ବୋଲି କୁହାଯାଏ। । ଏହି ମୂର୍ତ୍ତି  ୯୦୦ ବର୍ଷ  ପୁରୁଣା ବୋଲି କୁହାଯାଏ।

ଏହି ମନ୍ଦିରର ଆଉ ଏକ ବିଶେଷତ୍ୱ ହେଉଛି ଯେ ଏହି ମନ୍ଦିର ଗଣପତିଙ୍କ ନିକଟରେ କେବଳ ନଡ଼ିଆ ହିଁ ଭୋଗ ଲାଗେ। ବିଶ୍ୱାସ ରହିଛି ଯେ ଯେଉଁ ଭକ୍ତ ଏଠାରେ ଗଣପତିଙ୍କ ନିକଟରେ ନଡ଼ିଆ ଭୋଗ ଲଗାଇଥାନ୍ତି ସେମାନଙ୍କର ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଗୋବରରେ ମା’ ଲକ୍ଷ୍ମୀ ସାକ୍ଷାତ ବାସ କରନ୍ତି ବୋଲି କୁହାଯାଏ। ତେଣୁ ଏହି ମନ୍ଦିରକୁ ଆସୁଥିବା ଭକ୍ତ ବିଶ୍ୱାସ ଯେ ଏଠାରେ ଗଣେଶଙ୍କୁ ପୂଜା କଲେ ବିଘ୍ନବିନାଶକଙ୍କ ଆର୍ଶୀବାଦ ମିଳିବା ସହିତ ମା’ ଲକ୍ଷ୍ମୀଙ୍କର କରୁଣା ବି ମିଳିଥାଏ।

ମନ୍ଦିରରେ ଗଣେଶଙ୍କ ଗଳାରେ ହାର ଏବଂ ମୁଣ୍ଡରେ ସୁନ୍ଦର ମୁକୁଟ ଆପଣ ଦେଖିବାକୁ ପାଇବେ। ଏହି ମନ୍ଦିର ବହୁ ଲୋକପ୍ରିୟ। ପ୍ରଭୁ ଶ୍ରୀ ଗଣେଶ ସମସ୍ତଙ୍କ ମନୋସ୍କାମନା ପୂରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ଏହି ମନ୍ଦିରର ଆଉ ଏକ ବିଶେଷତ୍ୱ ହେଲା, ଶ୍ରଦ୍ଧାଳୁମାନେ ମନୋସ୍କାମନା ପୂରଣ ପାଇଁ ଏଠାରେ ସ୍ୱସ୍ତିକ ଚିହ୍ନକୁ ଓଲଟାଇ ଲଗାଇଥାଆନ୍ତି। ଏବଂ ଯେତେବେଳେ ମନୋସ୍କାମନା ପୂରା ହୋଇଥାଏ ସେତେବେଳେ ଓଲଟା ଲଗାଇଥିବା ସେହି ସ୍ୱସ୍ତିକ ଚିହ୍ନକୁ ସିଧା କରି ଦେଇଥାନ୍ତି।

ଏହି ଗୋବର ଗଣେଶ ମନ୍ଦିରରେ ପ୍ରତ୍ୟେକ ଦିନ ପାଖାପାଖି ୫୦୦ ଶ୍ରଦ୍ଧାଳୁ ଭଗବାନଙ୍କ ଦର୍ଶନ କରିଥାନ୍ତି। ବିଷେଶ କରି ଦିପାବଳୀ, ଗଣେଷ ପୂଜା ଏବଂ ନୂଆ ବର୍ଷରେ ଏହି ମନ୍ଦିରରେ ପ୍ରବଳ ଜନସମାଗମ ହୋଇଥାଏ । ମନ୍ଦିରର ଆକୃତି ମଧ୍ୟ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ମନ୍ଦିର ବାହାରକୁ ମସ୍‌ଜିଦ୍‌ ଭଳି ଦେଖାଯିବ। କୁହାଯାଏ ଯେ, ଔରଙ୍ଗଜେବ୍‌ଙ୍କ ଶାସନ କାଳରେ ଏହି ମନ୍ଦିରକୁ ଭାଙ୍ଗି ମସ୍‌ଜିଦ୍‌ ତିଆରି କରିବା ପାଇଁ ଚେଷ୍ଟା କରାଯାଇଥିଲା। ଏଥିପାଇଁ ଏହି ମନ୍ଦିର ମସ୍‌ଜିଦ୍‌ ଭଳି ଦେଖାଯାଏ। ମନ୍ଦିରରେ ଗଣେଶ ତାଙ୍କ ଦୁଇ ପତ୍ନୀ ରିଦ୍ଧି, ସିଦ୍ଧିଙ୍କ ସହିତ ବିରାଜମାନ ଅଛନ୍ତି।

Comments are closed.