Latest Odisha News

BREAKING NEWS

୧୭ରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି, ଆଜିଠୁ ଆବେଦନକାରୀଙ୍କଠାରୁ ଫର୍ମ ସଂଗ୍ରହ କାର୍ଯ୍ୟ ଆରମ୍ଭ

ଭୁବନେଶ୍ୱର: ସେପ୍ଟେମ୍ବର ୧୭ରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରାଯିବ। ଭୁବନେଶ୍ବରରେ ମହିଳାଙ୍କୁ କାର୍ଡ ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ। ଜନତା ମୈଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ହିତାଧିକାରୀଙ୍କୁ ସୁଭଦ୍ରା କାର୍ଡ ବଣ୍ଟନ କରିବେ।

ରାଜ୍ୟସ୍ତରୀୟ ସମାରୋହ ପାଇଁ ପ୍ରସ୍ତୁତି ଆଲୋଚନା ହୋଇଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ବୈଠକ। ଆଜିଠୁ ଆବେଦନକାରୀଙ୍କ ଠାରୁ ଫର୍ମ ସଂଗ୍ରହ କାର୍ଯ୍ୟ ଆରମ୍ଭ ହେବ। ଏଥିଲାଗି ଆବେଦନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ ଭାବେ କରାଯିବା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା।

ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ର ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ନିରୂପଣ କରାଯାଇଥିବା ନିର୍ଦ୍ଦିଷ୍ଟ ସ୍ଥାନ ଓ କାର୍ଯ୍ୟାଳୟରେ ଫର୍ମ ସଂଗ୍ରହ କରାଯିବ। ଏଥିପାଇଁ ଜନ ଗହଳିକୁ ଦୃଷ୍ଟିରେ ରଖି ମୋ ସେବା କେନ୍ଦ୍ରରେ ଫର୍ମ ସଂଗ୍ରହର ବ୍ୟବସ୍ଥା କିପରି ରହିଛି ସେନେଇ ବୈଠକରେ ଆଲୋଚନା ହୋଇଛି।

Comments are closed.