Latest Odisha News

ଶଟପୁଟରେ ରୌପ୍ୟ ଜିତିଲେ ସଚିନ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ବୁଧବାର ଭାରତର ସଚିନ ସରେଜେରାଓ ଶଟପୁଟରେ ରୌପ୍ୟ ପଦକ ହାସଲ କରିଛନ୍ତି । ସେ ୧୬.୩୨ ମିଟର ଦୂରତାକୁ ଥ୍ରୋ କରି ଏସିଆନ ରେକର୍ଡ ମଧ୍ୟ ସ୍ଥାପନ କରିଛନ୍ତି । ଏଫ୪୬ କାଟାଗୋରୀରେ ସେ ଏହି ସଫଳତା ହାସଲ କରିଛନ୍ତି । ଏଥିସହ ଭାରତର ପଦକ ସଂଖ୍ୟା ୨୧ରେ ପଂହଚିଛି । ପାରା ଅଲିମ୍ପିକ୍ସ ଇତିହାସରେ ଭାରତ ଏଥର ସର୍ବାଧିକ ପଦକ ଜିତିବା ଗୌରବ ଅର୍ଜନ କରିଛି । ମଙ୍ଗଳବାର ଭାରତୀୟ ଆଥଲେଟ ୫ଟି ପଦକ ଜିତିଥିଲେ ।

ମହିଳା ୪୦୦ ମିଟରରେ ଦୀପ୍ତି ଜୀବାଂଜୀ ବ୍ରୋଞ୍ଜ, ଜାଭେଲିନ ପୁରୁଷ ଏଫ୪୬ କାଟାଗୋରୀରେ ଅଜିତ ସିଂ ରୌପ୍ୟ ଓ ସୁନ୍ଦର ସିଂ ବ୍ରୋଞ୍ଜ ପଦକ ଜିତିଥିଲେ । ପୁରୁଷ ଟି୪୨ ହାଇଜମ୍ପରେ ଶରଦ କୁମାର ରୌପ୍ୟ ଏବଂ ମାରିୟପ୍ପନ ଥାଙ୍ଗାଭେଲୁ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ବୁଧବାର ଭାରତ ଆଥଲେଟିକ୍ସ, ଶୁଟିଂ ଓ ତୀରନ୍ଦାଜ ସମେତ ଅନେକ କ୍ରୀଡାରେ ଅଂଶଗ୍ରହଣ କରିବାକୁ ଥିବାରୁ ପଦକ ସଂଖ୍ୟା ବଢ଼ିବ ବୋଲି ଆଶା କରାଯାଉଛି ।

Comments are closed.