Latest Odisha News

ନାଳରୁ ଉଦ୍ଧାର ହେଲା ନିଖୋଜ ଛାତ୍ରଙ୍କ ମୃତଦେହ, ପ୍ରେମ ବ୍ୟାପାରକୁ ନେଇ ହତ୍ୟା ଅଭିଯୋଗ

ଯାଜପୁର: ୨ଦିନ ତଳେ ନିଖୋଜ ଥିଲେ ଯୁକ୍ତ ଦୁଇ ଛାତ୍ର। ଆଜି ସକାଳେ ନାଳରୁ ମିଳିଲା ମୃତଦେହ। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ରଥିଆ ଗାଁ ନିକଟ ଶଗଡ଼ିଆ ନାଳରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଅଭୟପୁର ଗାଁର ନରହରି ବେହେରାଙ୍କ ପୁଅ ରୁଦ୍ର ପ୍ରସାଦ ବେହେରା। ତାଙ୍କ ବୟସ ୧୭ ବର୍ଷ।

ଛାତ୍ରଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ଗତ ୨ ଦିନ ତଳେ ରୁଦ୍ର ନିଖୋଜ ଥିଲେ। ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ। ଏନେଇ ପରିବାର ଲୋକେ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ। ଆଜି ସକାଳୁ ରଥିଆ ନିକଟ ଏକ କ୍ରସର ପଛ ପଟ ନାଳରେ ରୁଦ୍ରଙ୍କ ମୃତଦେହ ପଡ଼ିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ।

ଖବର ପାଇ ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏପଟେ ପୁଅକୁ ହତ୍ୟା କରାଯାଇଥିବା ନେଇ ବାପା ନରହରି ବେହେରା ଅଭିଯୋଗ କରିଛନ୍ତି । ପ୍ରେମ ବ୍ୟାପାରରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି।

Comments are closed.