Latest Odisha News

ଅଯଥା ଭିଡ଼ କରନ୍ତୁ ନାହିଁ କି ନିଜେ ହଇରାଣ ହୁଅନ୍ତୁ ନାହିଁ: ପ୍ରଭାତୀ ପରିଡା

ଭୁବନେଶ୍ୱର: ରାଜ୍ୟରେ ଲୋକାଭିମୁଖୀ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେବ ପରଠାରୁ ଆଧାର କେନ୍ଦ୍ର, ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ର ଆଦି ବିଭିନ୍ନ ସ୍ଥାନରେ ଭିଡ ଦେଖିବାକୁ ମିଳୁଛି। କେତେବେଳେ ସର୍ଭର ଡାଉନ ତ କେତେବେଳେ ଅନ୍ୟାନ୍ୟ ସମସ୍ୟା ଯୋଗୁ ସେବା ସଂସ୍ଥାଗୁଡିକ ସମୟ ନେଉଛନ୍ତି। ଫଳରେ ଲୋକେ ହନ୍ତସନ୍ତ ହେଉଛନ୍ତି l ସେପଟେ ଏନେଇ ଜନସାଧାରଣଙ୍କୁ ବାରମ୍ବାର ଅନୁରୋଧ କରୁଛନ୍ତି ସରକାର l ସରକାରଙ୍କ ତରଫରୁ କାର୍ଯ୍ୟକାରୀ ହୋଇଥିବା ସୁଭଦ୍ରା ଯୋଜନାର କିଛି ଶେଷ ତାରିଖ ନାହିଁ l ଯେଉଁ ମାନେ 17 ତାରିଖ ପରେ ଆବେଦନ କରିବେ ସେମାନେ ମଧ୍ୟ ସୁଭଦ୍ରା ଯୋଜନାର ଲାଭ ଉଠାଇପାରିବେ ବୋଲି ପୁଣିଥରେ ଜନସାଧାରଣଙ୍କୁ ଅବଗତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା l

ଉପମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଶେଷ ହିଅଧିକାରୀ ଏନରୋଲ ନ ହେବା ପଯ୍ୟନ୍ତ ଆବେଦନ କାର୍ଯ୍ୟ ଚାଲିବ l ତେଣୁ ସମସ୍ତଙ୍କୁ ଅନୁରୋଧ ଯେ, ମୋ ସେବା କେନ୍ଦ୍ର କିମ୍ବା ଜନସେବା କେନ୍ଦ୍ର, ଆଧାର କେନ୍ଦ୍ର ଆଦିରେ ଏପରି ଅସାଧାରଣ ଭିଡ଼ ନକରନ୍ତୁ l ଅଯଥା ଭିଡ଼ କରନ୍ତୁ ନାହିଁ କି ନିଜେ ହଇରାଣ ହୁଅନ୍ତୁ ନାହିଁ l ଯଦି କୌଣସି ନିର୍ଦ୍ଧିଷ୍ଟ ତାରିଖ ଥାଆନ୍ତା ତେବେ ଅଧିକ ଭିଡ଼ ହେବାର କିଛି ଯଥାତ ଥାନ୍ତା l ଅନ୍ୟପଟେ ଅଭିଯୋଗ ଆସୁଛି ଯେ, କିଛି ଲୋକ ମିଥ୍ୟାରେ ଭ୍ରମିତ କରି ଅର୍ଥ ରାଶି ଡିମାଣ୍ଡ କରୁଛନ୍ତି l ତେବେ ଯଦି ଏପରି ଘଟଣା ସାମ୍ନାକୁ ଆସେ ତେବେ ତୁରନ୍ତ 14678 ହେଲ୍ପ ଲାଇନ କୁ ଫୋନ କରନ୍ତୁ ଏବଂ ତାଙ୍କ ନାମରେ ଅଭିଯୋଗ କରନ୍ତୁ l ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ l

Comments are closed.