Latest Odisha News

ପାରା ଅଲିମ୍ପିକ୍ସ: ହାଇଜମ୍ପରେ ସ୍ୱର୍ଣ୍ଣ ଜିତିଲେ ପ୍ରବୀଣ କୁମାର

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଶୁକ୍ରବାର ପ୍ରବୀଣ କୁମାର ପୁରୁଷ ହାଇ ଜମ୍ପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ଟି୬୪ ବିଭାଗରେ ଏହି ସଫଳତା ହାସଲ କରିଛନ୍ତି । ୨.୦୮ ମିଟର ଦୂରତାକୁ ଜମ୍ପ କରି ସେ ନୂତନ ଏସୀୟ ରେକର୍ଡ ସ୍ଥାପନ କରିଛନ୍ତି । ଚଳିତ ସଂସ୍କରଣରେ ଭାରତର ଏହା ଷଷ୍ଠ ସ୍ୱର୍ଣ୍ଣ । ଏଥିସହ ଓଭରାଲ ୨୬ ପଦକ ସହ ଟିମଇଣ୍ଡିଆ ପଂଏଟ ଟେବୁଲରେ ୧୪ତମ ସ୍ଥାନକୁ ଉନ୍ନୀତ ହୋଇଛି । ଏଥିରେ ୯ ରୌପ୍ୟ ଓ ୧୧ ବ୍ରୋଞ୍ଜ ପଦକ ସାମିଲ । ପାରା ଅଲିମ୍ପିକ୍ସରେ ଭାରତର ଏହା ଶ୍ରେଷ୍ଠ ପ୍ରଦର୍ଶନ । ଏହା ପୂର୍ବରୁ ଟୋକିଓ ଗେମ୍ସରେ ଭାରତ ୫ ସ୍ୱର୍ଣ୍ଣ ସହ ୧୯ ପଦକ ଜିତିଥିଲା ।

ଗୁରୁବାର ବିଳମ୍ବିତ ରାତିରେ କପିଳ ପରମାର ଜୁଡୋରେ ବ୍ରୋଞ୍ଜ ପଦକ ଜିତିଥିଲେ । ସେ ବ୍ରାଜିଲର ଏଲିଟନ ଡି ଓଲିଭିଏରାଙ୍କୁ ମାତ୍ର ୩୩ ସେକେଣ୍ଡରେ ପରାସ୍ତ କରି ଦେଇଥିଲେ । ମିକ୍ସଡ ତୀରନ୍ଦାଜୀ ଇଭେଂଟରେ ହରୱିନ୍ଦର ସିଂ ଓ ପୂଜା ଅଳ୍ପକେ ବ୍ରୋଞ୍ଜ ପଦକ ସୁଯୋଗ ହାତଛଡା କରିଥିଲେ । ଭାରତର ପଦକ ସଂଖ୍ୟା ୩୦ରେ ପଂହଚିପାରେ ବୋଲି ଅନୁମାନ କରାଯାଉଛି ।

Comments are closed.