Latest Odisha News

ବାଇକ ଧକ୍କାରେ ଚାଲିଗଲା ୨ ଜୀବନ, ଜଣେ ଗୁରୁତର

ନୟାଗଡ: ବାଇକ ଧକ୍କାରେ ଆଖି ବୁଜିଲେ ଦୁଇ ଯୁବକ । ଏହି ଦୁର୍ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଡିହଗାଁ ଛକରେ । ଏତେ ଭୟଙ୍କର ଦୁର୍ଘଟଣା ଥିଲା ଯେ, ରାସ୍ତା ଉପରେ ମୃତକଙ୍କ ଶରୀର ଛିନ୍ନ ବିଛିନ୍ନ ହୋଇ ପଡ଼ିଛି । ତେବେ ମୃତକ ଦ୍ୱୟ ହେଲେ ଡିଗିରି ଗ୍ରାମର ଶୁକ୍ର ବାଜୁ ଓ ଡିହଗାଁ ଗ୍ରାମର ସୁଦର୍ଶନ ପ୍ରଧାନ ।

ତେବେ ଏହି ଦୁର୍ଘଟଣାରେ ଅନ୍ୟ ଜଣେ ବାଇକ ଚାଳକ ଗୁରୁତର ହୋଇଛନ୍ତି । ଉକ୍ତ ବାଇକ ଚାଳକ ହେଲେ ମଧ୍ୟଖଣ୍ଡ ଗ୍ରାମର ଦିବ୍ୟଜ୍ୟୋତି ପଣ୍ଡା । ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ମୁତାବକ, ଦିବ୍ୟଜ୍ୟୋତି ପଣ୍ଡା ଦଶପଲ୍ଲା ପଟରୁ ବାଇକ୍ ଚଳାଇ ଆସୁଥିବାବେଳେ ତାଙ୍କ ବାଇକ ଡିହଗାଁ ଛକରେ ଠିଆ ହୋଇଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା । ତାଙ୍କ ବାଇକର ବେଗ ଏତେ ଯୋରରେ ଥିଲା ଯେ, ଘଟଣାସ୍ଥଳରେ ହିଁ ଜଣଙ୍କ ର ମୃତ୍ୟୁ ହୋଇଥିଲା । ଅନ୍ୟ ଜଣଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଦଶପଲ୍ଲା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed.