Latest Odisha News

ଦୁଇ ଭାଗ ହେଲା ସୁପରଫାଷ୍ଟ ଏକ୍ସପ୍ରେସ୍

ପାଟନା: ଦିନକ ପରେ ପୁଣି ଆଉ ଏକ ରେଳ ଦୁର୍ଘଟଣା ସାମ୍ନାକୁ ଆସିଛି । ଗତକାଲି ମଧ୍ୟପ୍ରଦେଶର ଜବଲପୁର ପରେ ଆଜି ପୁଣି ବିହାରର ବକ୍ସର ଜିଲ୍ଲାରେ ଘଟିଛି ଏକ ଟ୍ରେନ୍ ଦୁର୍ଘଟଣା । ଦିଲ୍ଲୀରୁ ଆସୁଥିବା ମଗଧ ଏକ୍ସପ୍ରେସ ଟ୍ରେନ୍ ଟ୍ ଟୁନିଗଞ୍ଜ ରେଳ ଷ୍ଟେସନରେ ହଠାତ୍ ଦୁଇ ଭାଗ ହୋଇଯାଇଥିବା ସୂଚନା ରହିଛି ।

ତେବେ ଟ୍ରେନ ଟିର କପଲିଙ୍ଗ ଭାଙ୍ଗିଯିବାରୁ ଟ୍ରେନ୍ ଟି ଦୁଇ ଭାଗ ହୋଇଗଲା ବୋଲି କହିଛନ୍ତି ପୂର୍ବ ମଧ୍ୟ ପିଆରଓ । ଲୋକୋ ପାଇଲଟ ତୁରନ୍ତ ଟ୍ରେନକୁ ଅଟକାଇଥିଲେ । ଖବର ପାଇ ରେଲଓ୍ବେ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ତେବେ ଟ୍ରେନ୍ ଟି ଅଲଗା ହେବାପରେ ସେଥିରେ ଥିବା ଯାତ୍ରୀମାନେ ଆତଙ୍କିତ ହୋଇଯାଇଥିଲେ । ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ନାହିଁ ।

Comments are closed.