Latest Odisha News

BREAKING NEWS

କଂଗ୍ରେସ ସହ ହୋଇପାରିଲାନି ମେଣ୍ଟ, ପ୍ରାର୍ଥୀ ତାଲିକା ଘୋଷଣା କଲା ଆପ୍ 

ଚଣ୍ଡୀଗଡ଼: କଂଗ୍ରେସ ସହ ହୋଇପାରିଲାନି ମେଣ୍ଟ, ହରିୟାଣା ରୁ ଏକାକୀ ଲଢିବ ଆମ୍ ଆଦମୀ ପାର୍ଟି। ଏନେଇ ସୋମବାର ଆମ ଆଦମୀ ପାର୍ଟି ୨୦ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି । ଆପ୍‌ ଓ କଂଗ୍ରେସ ହରିୟାଣାରେ ଏକାଠି ଲୋକସଭା ନିର୍ବାଚନ ଲଢ଼ିଥିଲେ । ତେଣୁ ବିଧାନସଭା ନିର୍ବାଚନ ମଧ୍ୟ ଏକାଠି ଲଢ଼ିବାକୁ କଥା ଛିଡ଼ିଥିଲା। ହେଲେ ଦଳ ସିଟ୍‌ ଶେୟାରିଂ ଫର୍ମୁଲାକୁ ନେଇ ଏକମତ ହୋଇ ପାରିନାହାନ୍ତି ।

 

ଖବର ମୁତାବକ, ଆପ୍‌ ରାଜ୍ୟର ୯୦ଟି ବିଧାନସଭା ଆସନରୁ ୧୦ଟିରେ ପ୍ରାର୍ଥୀ ଦେବାକୁ ଚାହୁଁଥିବାବେଳେ, କଂଗ୍ରେସ କିନ୍ତୁ କେବଳ ୭ଟି ଆସନ ଆପ୍‌କୁ ଦେବ ବୋଲି ସର୍ତ୍ତ ରଖିଥିଲା । ଏହିପରି ଉଭୟ ଦଳ ନିଜ ନିଜ ଜିଦ୍ ରେ ରହିବାରୁ ସିଟ ଅଙ୍କ ଛିଡି ନଥିଲା। ତେଣୁ ମେଣ୍ଟ ଗଠନ ହୋଇପାରିଲା ନାହିଁ।

 

ଏନେଇ ଆଜି ଆପ୍ ୨୦ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି । ଏଥିରେ ଦଳ ପାଣ୍ଡ୍ରି ବିଧାନସଭାରୁ ନରେନ୍ଦ୍ର ଶର୍ମାଙ୍କୁ ଫିଲ୍ଡିଂ କରିଛି। ଦଳ ଅନୁରାଗ ଧଣ୍ଡାଙ୍କୁ କାଲାୟତରୁ ପ୍ରାର୍ଥୀ କରିଛି । ଇନ୍ଦୁ ଶର୍ମା ଭବାନୀରୁ ଟିକେଟ ପାଇଥିବାବେଳେ ବିକାଶ ନେହେରା ମେହମ ବିଧାନସଭା ଠାରୁ ଟିକେଟ ପାଇଛନ୍ତି ।

 

ଅନ୍ୟପଟେ ଏହାପୂର୍ବରୁ କଂଗ୍ରେସ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ୪୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା ।

Comments are closed.