Latest Odisha News

ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିକୁ ନେଇ କଂଗ୍ରେସର ସମାଲୋଚନା

ଭୁବନେଶ୍ୱର: ବିଧାନସଭାର ଗୃହକାର୍ଯ୍ୟରେ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିକୁ ନେଇ ସମାଲୋଚନା କରିଛି କଂଗ୍ରେସ ।

ଗୃହରେ ଧର୍ମଶାଳା ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ମାମଲାକୁ ନେଇ ଆଲୋଚନା ଚାଲିଥିବା ବେଳେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଆରୋପ କରିଛନ୍ତି ଯେ, “ସମ୍ବେଦନଶୀଳ ଘଟଣା ଗୁଡିକରେ ବିପକ୍ଷଙ୍କୁ ସାମ୍ନା କରିବାର ସତସାହସ ମୁଖ୍ୟମନ୍ତ୍ରୀଙ୍କର ନାହିଁ, ତେଣୁ ସେ ଗୃହରେ ଅନୁପସ୍ଥିତ ରହୁଛନ୍ତି” ।

ପିଇଓ ମୃତ୍ୟୁ ମାମଲାରେ ପୋଲିସର ତଦନ୍ତକୁ ଆକ୍ଷେପ କରି ଶ୍ରୀ ମିଶ୍ର କହିଛନ୍ତି ଯେ, ଓଡିଶା ପୋଲିସ ଉପରେ ରାଜ୍ୟବାସୀ ନିଜର ଆସ୍ଥା ଓ ବିଶ୍ୱାସ ହରାଇ ସାରିଲେଣି।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ” ସରକାରୀ ଦଳର କିଛି ପ୍ରଭାବ ଶାଳି ନେତା ସାମିଲ ଥିବା ଯୋଗୁଁ ପୋଲିସ ଏହି ଘଟଣାକୁ ଦବାଇ ଦେବାକୁ ଚେଷ୍ଟା କରୁଥିବା ଯାଞ୍ଚ ପ୍ରକ୍ରିୟାରୁ ସ୍ପଷ୍ଟ ହେଉଛି।

ଏହାସହ ଅତୀତରେ ପୋଲିସ ଏହିଭଳି ଅନେକ ସମ୍ବେଦନଶୀଳ ଘଟଣାକୁ ଦବାଇ ଦେଇଥିବା ଶ୍ରୀ ମିଶ୍ର ଆରୋପ ଲଗାଇବା ସହ ସ୍ମିତାରାଣୀ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି ।

Comments are closed.