Latest Odisha News

BREAKING NEWS

ଜିଏସଟି ହ୍ରାସ ପରେ ସ୍ନାକ୍ସ ସାମଗ୍ରୀର ବଢୁଛି ଶେୟାର

ନୂଆଦିଲ୍ଲୀ: ସ୍ନାକ୍ସ ଉତ୍ପାଦନକାରୀ କମ୍ପାନୀଗୁଡ଼ିକର ସେୟାର ୮ ପ୍ରତିଶତ ଯାଏଁ ବୃଦ୍ଧି ପାଇଥିବାକୁ ଦେଖିବାକୁ ମିଳିଛି। ସୋମବାର ଜିଏସଟି ପରିଷଦର ୫୪ ତମ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ନାକ୍ସ ସାମଗ୍ରୀ ଉପରେ ଥିବା ୧୮% ଜିଏସଟିକୁ ୧୨% କରାଯାଇଛି।

ଯାହାଫଳରେ ମଙ୍ଗଳବାର ଦିନ ବିକାଜୀ ଫୁଡ୍ସ, ଗୋପାଳ ସ୍ନାକ୍ସ ଏବଂ ପ୍ରତାପ ସ୍ନାକ୍ସ ଭଳି ସେୟାରରେ ଦ୍ରୁତ ଭାବେ ବୃଦ୍ଧି ଘଟିଛି।

ନମକିନ୍ ଉତ୍ପାଦନକାରୀ କମ୍ପାନୀ ଗୋପାଳ ସ୍ନାକ୍ସର ସେୟାର ୮.୫ ପ୍ରତିଶତ ବୃଦ୍ଧି ପାଇ ୩୫୪ ଟଙ୍କା ସ୍ତରରେ ପହଞ୍ଚିଛି।

ସେହିପରି ପ୍ରତାପ ସ୍ନାକ୍ସ ସେୟାର ୮% ବୃଦ୍ଧି ସହିତ ୮୭୭ ଟଙ୍କା ସ୍ତରରେ କାରବାର କରୁଥିବା ଦେଖାଯାଇଛି। ବିକିଜୀ ଫୁଡ୍ସ କମ୍ପାନୀର ସେୟାରଗୁଡିକ ମଧ୍ଯ ୭.୯୯ ପ୍ରତିଶତ ବୃଦ୍ଧି ପାଇ ୮୯୯ ଟଙ୍କା ସ୍ତରରେ କାରବାର କରୁଥିବା ଦେଖିବାକୁ ମିଳିଛି।

Comments are closed.