Latest Odisha News

BREAKING NEWS

ମାଲକାନଗିରି ଗ୍ରାଉଣ୍ଡରେ ବନ୍ୟା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ମାଲକାନଗିରି: ଆଜି ମାଲକାନଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମାଲକାନଗିରିରେ ବନ୍ୟା ବିତ୍ପାତରେ ହୋଇଥିବା ବ୍ୟାପକ କ୍ଷୟକ୍ଷତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ଆଜି ଅପରାହ୍ଣରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ମାଲକାନଗିରି ଯିବେ ।

ସେପଟେ ବସିଛି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ । ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିପାରେ । ମାଲକାନଗିରି ସ୍ଥିତି ପରୀକ୍ଷଣ କରିବା ପରେ କ୍ଷତିଗ୍ରସ୍ତ ଲୋକଙ୍କୁ କ୍ଷତିପୂରଣ ମଧ୍ୟ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟରେ ମାଲକାନକାନଗିରି ଲଗାଣ ବର୍ଷା ଓ ବନ୍ୟା ସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କ ଏକ ପ୍ରତିନିଧି ଦଳ ମାଲକାନଗିରି ଗସ୍ତ କରିଛନ୍ତି। ସେଠିକାର ସ୍ଥିତି ବିଷୟରେ ସରକାରଙ୍କୁ ନିୟମିତ ଅବଗତ କରାଉଛନ୍ତି ।

ତେବେ ସୁଧୁରୁଛି ମାଲକାନଗିରି ସ୍ଥିତି । ହେଲେ ସୁଧୁରିନି ଜନଜୀବନ । ଏବେ ବି ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ପାଣି ଛାଡିଲା ପରେ ବି ହନ୍ତସନ୍ତ ହେଉଛନ୍ତି ଲୋକେ । ପୋଟରୁ ପୋଲ ତ ପୁରା ଧୋଇଯାଇଛି । ଯେଉଁ କାରଣରୁ ଯାନବାହନ ଚଳାଚଳ ଏକପ୍ରକାର ଠପ୍ ହୋଇଛି ।

Comments are closed.