Latest Odisha News

BREAKING NEWS

ଚାନ୍ଦିପୁର ଘାଟିରେ ପୁଣି କ୍ଷେପଣାସ୍ତ୍ର ପରୀକ୍ଷଣ, ଅସ୍ଥାୟୀ ଶିବିରରେ ରହିବେ ଲୋକ

ବାଲେଶ୍ବର: ଆଜି ପୁଣି ହେବ କ୍ଷେପଣାସ୍ତ୍ର ପରୀକ୍ଷଣ। ଚାନ୍ଦିପୁର ଆଇଟିଆର ଏଲସି-୩ କ୍ଷେପଣାସ୍ତ୍ର ଘାଟିରୁ ସ୍ବଳ୍ପ ଦୂରଗାମୀ ମିସାଇଲ ପରୀକ୍ଷଣ କରାଯିବ। କ୍ଷେପଣାସ୍ତ୍ର ଘାଟିରୁ ହେବାକୁ ଥିବା କ୍ଷେପଣାସ୍ତ୍ର ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଏଥିପାଇଁ ନିର୍ଦ୍ଧାରିତ ସାଢେ ଦୁଇ କିଲୋମିଟର ପରିଧି ଅଞ୍ଚଳର ଜନସାଧାରଣଙ୍କ ସ୍ଥାନାନ୍ତର ଓ ସୁରକ୍ଷା ନିମନ୍ତେ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି ।

ଭୋର ୫ଟାରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । କ୍ଷେପଣାସ୍ତ୍ର ପରୀକ୍ଷଣ ଶେଷ ହେବା ପର୍ଯ୍ୟନ୍ତ ଲୋକଙ୍କୁ ଅସ୍ଥାୟୀ ଶିବିରରେ ରଖାଯିବ । ପରୀକ୍ଷା ପାଇଁ ପାଖାପାଖି ୩ନଂ ଲଞ୍ଚପ୍ୟାଡର ଅଢେଇ କିଲୋମିଟର ଦୂରତା ମଧ୍ୟରେ ୩୧୦୦ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି।

ଜୟଦେବକସବା ପାହି ଓ ସାହାଜାନଗର ପାହି, ଭୀମପୁର ପାହି ଓ ତୁଣ୍ଡରା ପାହି ଓ ଖଡୁପାହି ଓ କୁସୁମୁଳୀ ଅଞ୍ଚଳର ଲୋକଙ୍କ ପୁନର୍ବାସ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି ।

Comments are closed.