Latest Odisha News

BREAKING NEWS

କାହିଁକି ହାରିସଙ୍କ ସହ ବିତର୍କରେ ଭାଗ ନେବିନି ଟ୍ରମ୍ପ ?

ୱାଶିଂଟନ: ମାତ୍ର ୮ ସପ୍ତାହ ପରେ ହେବାକୁ ଯାଉଛି ଆମେରିକା ନିର୍ବାଚନ। ଉଭୟ ଦଳର ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପରମ୍ପରା ଅନୁଯାୟୀ ଉଭୟ ରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସ ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ମହାବିତର୍କ ଗତ ମଙ୍ଗଳବାର ଶେଷ ହୋଇଛି। ଏହାପରେ ଆଉ ଏକ ରାଉଣ୍ଡ ମହାବିତର୍କ ପାଇଁ କମଳା ହାରିସ ଇଚ୍ଛୁକ ଅଛନ୍ତି। କିନ୍ତୁ ଏହାକୁ ସିଧା ସିଧା ମନା କରିଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ ।

ଦ୍ବିତୀୟ ପର୍ଯ୍ୟାୟ ପ୍ରେସିଡେନ୍ସିଆଲ୍ ଡିବେଟ୍‌ରେ ଆଉ ଭାଗ ନେବେନି ଟ୍ରମ୍ପ। ହାରିସଙ୍କ ସହ ବିତର୍କରେ ଆଉ ଭାଗ ନେବିନି ବୋଲି ସିଧାସଳଖ ପ୍ରତ୍ୟାଖ୍ୟାନ କରିଦେଲେ ଡୋନାଲ୍ଡ ଟ୍ରମ୍ପ। କମଲା ହାରିସ୍‌ଙ୍କ ସହ ଆଉ ବିତର୍କ କରିବେନି କହିଲେ ଡୋନାଲ୍ଡ ଟ୍ରମ୍ପ। ନିଜ ସୋଶାଲ ମିଡିଆ ପୋଷ୍ଟରେ ଟ୍ରମ୍ପ କହିଛନ୍ତି, ହାରିସ ଆଉ ଏକ ବିତର୍କ ପାଇଁ ଆଗ୍ରହୀ ଥିବାର ଅର୍ଥ ନିଜ ସେ ହାରି ଯାଇଛନ୍ତି। ଏବେ ସ୍ଥିତି ସୁଧାରିବାକୁ ସେ ପ୍ରୟାସ ଆରମ୍ଭ କରିଛନ୍ତି।

ଟ୍ରମ୍ପ କହିଛନ୍ତି,ଯେତେବେଳେ ଜଣେ ଯୋଦ୍ଧା ଆଉ ଥରେ ଖେଳିବାକୁ କହେ, ତା’ ଅର୍ଥ ମୁଁ ହିଁ ବିଜେତା। ପୁଣି ଥରେ ବିତର୍କର କଣ ଆବଶ୍ୟକ। ହାରିସଙ୍କ ସହ ଆଉ ବିତର୍କରେ ଭାଗ ନେବିନି, ମୁଁ ଜିତି ଯାଇଛି। ସୂଚନା ଥାଉକି ଫିଲାଡେଲଫିଆର ନ୍ୟାସନାଲ କନଷ୍ଟିଚ୍ୟୁସେନ ସେଣ୍ଟରରେ ଦୁଇ ପ୍ରାର୍ଥୀ କମଳା ହାରିସ ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିଲା ବାକ୍‌ ଯୁଦ୍ଧ। ଏଥିରେ ଗର୍ଭପାତଠାରୁ ଆରମ୍ଭ କରି ଯୁଦ୍ଧ, ଅର୍ଥନୀତିଠାରୁ ଆରମ୍ଭ କରି ଗୃହ ସଙ୍କଟ ପର୍ଯ୍ୟନ୍ତ ପ୍ରସଙ୍ଗ ସ୍ଥାନ ପାଇଥିଲା। ଆସନ୍ତା ନଭେମ୍ବର ୫ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବ । ଏହାପୂର୍ବରୁ ଏବେଠୁ ସମଗ୍ର ଆମେରିକାରେ ନିର୍ବାଚନୀ ମାହୋଲ ସରଗରମ ହୋଇ ଉଠିଛି।

Comments are closed.