Latest Odisha News

BREAKING NEWS

ଜେଲ୍ ଭିତରେ ମୋବାଇଲ ବ୍ୟବହାର କରି ନିଲମ୍ବିତ ହେଲେ ୱାର୍ଡର

ବାରିପଦା: କର୍ତ୍ତବ୍ୟରେ ଅବେହେଳା କାରଣରୁ ନିଲମ୍ବିତ ହେଲେ ଦୁଇ ୱାର୍ଡର । ଡ୍ୟୁଟି ସମୟରେ ଜେଲ ଭିତରେ ଥାଇ ମୋବାଇଲ ବ୍ୟବହାର କରୁଥିଲେ ଓ୍ବାର୍ଡର ସ୍ବାଗତ ରଥ ଓ କୃଷ୍ଣଚନ୍ଦ୍ର ମହାନ୍ତି । ଏନେଇ ଉଭୟଙ୍କୁ ନିଲମ୍ବନ କରାଯାଇଛି ।

ଏଭଳି ଘଟଣା ଘଟିଛି କରଞ୍ଜିଆ ଉପକାରାଗାରରେ । ଏନେଇ ସୂଚନା ଦେଇଛନ୍ତି ବାରିପଦାର ସିନିୟର ସୁପରିଟେଣ୍ଡେଣ୍ଟ ସୂଜିତ୍ କୁମାର ରାଉଳ । ଉଭୟଙ୍କୁ ହେଡ କ୍ବାର୍ଟର ନ ଛାଡିବା ପାଇଁ ବାରିପଦା ଜେଲ୍ ସିନିୟର ସୁପରିଟେଣ୍ଡେଣ୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ପୃକ୍ତ ୱାର୍ଡରଙ୍କୁ ନାଁରେ ଅଭିଯୋଗ ଥିଲା ଯେ, ଗତ ଅଗଷ୍ଟ ୩୦ ତାରିଖ ରାତ୍ର ସମୟରେ ଜେଲ୍ ଭିତରୁ ସହକାରୀ ସବ୍ ଜେଲର ୱାର୍ଡର ସ୍ବାଗତ ରଥଙ୍କ ଠାରୁ ମୋବାଇଲ୍ ଜବତ କରାଯାଇଥିଲା । ଗତ କିଛି ମାସ ହେବ କରଞ୍ଜିଆ ଉପକାରାଗାର ଭିତରେ ବ୍ୟାପକ ବିଶୃଙ୍ଖଳା ହେଉଥିବା ଅଭିଯୋଗ ହୋଇଆସୁଥିଲା ।

Comments are closed.