Latest Odisha News

BREAKING NEWS

ଆରଡ଼ିର ପ୍ରସିଦ୍ଧ ବାବା ଆଖଣ୍ଡଳମଣି ମନ୍ଦିରରେ ଅଗ୍ନିକାଣ୍ଡ; ସ୍ୱର୍ଣ୍ଣାଳଙ୍କାର ସମେତ ପୂଜା ସାମଗ୍ରୀ ଭସ୍ମୀଭୂତ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ମନ୍ଦିରରେ ଥିବା ଅନେକ ପୂଜା ସାମଗ୍ରୀ ସମେତ ଠାକୁରଙ୍କ ସ୍ୱର୍ଣ୍ଣାଳଙ୍କାର ପୋଡ଼ି ପାଉଁଶ ହୋଇଯାଇଛି ।

ମିଳିଥିବା ସୂଚନାନୁଯାୟୀ, ମନ୍ଦିର ଜଗିବା ଦାୟିତ୍ୱରେ ରହିଥିବା କର୍ମଚାରୀ ପ୍ରଥମେ ଏହି ଅଗ୍ନିକାଣ୍ଡ ସମ୍ପର୍କରେ ଜାଣି ସମସ୍ତଙ୍କୁ ଜଣାଇଥିଲେ । ସେଠାରେ ସେବାୟତ ଏବଂ କିଛି ସ୍ଥାନୀୟ ବ୍ୟକ୍ତି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁ ଆୟତ ନହୋଇ ସମସ୍ତ ଜିନିଷ ପୋଇ ଭସ୍ମିଭୂତ ହୋଇଯାଇଥିଲା ।

ଏହି ଅଗ୍ନିକାଣ୍ଡ ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ କେନ୍ଦ୍ରର ଦମକଳ ଆସି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ।

ତେବେ କେଉଁ କାରଣରୁ ନିଆଁ ଲାଗି ଏହି ଅଗ୍ନିକାଣ୍ଡ ଘଟିଲା ସେ ସମ୍ପର୍କରେ ଏପର୍ଯ୍ୟନ୍ତ କିଛି ଜଣାପଡ଼ିନାହିଁ ।

Comments are closed.