ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ଶୁକ୍ରବାର ଦିନ ଅନୁଷ୍ଠିତ ହେବାକୁ ଥିବା ଏକ ବୈଠକରେ ଏକାଧିକ ବିଲ୍ ଉପରେ କ୍ୟାବିନେଟ ମୋହର ବାଜିବାର ସମ୍ଭାବନା ରହିଛି ।
ଏହି ବୈଠକଟି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଦିନ ୧୨ଟା ୧୫ମି.ରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି ।
ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ରାଜ୍ୟ କ୍ୟାବିନେଟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରାୟ ୭ଟି ପ୍ରସ୍ତାବ ଓ ଅନ୍ୟବିଭାଗର କିଛି ଚିଠା ବିଲ୍ ଉପରେ ଆଲୋଚନା କରାଯାଇପାରେ ବୋଲି ସୂଚନା ମିଳିଛି ।
Comments are closed.