Latest Odisha News

ଅଜବ ନିୟମ: କବରରୁ ବାହାର କରି ମୃତକଙ୍କୁ ପିନ୍ଧାନ୍ତି ନୂତନ ପୋଷାକ

ନୂଆଦିଲ୍ଲୀ: ଦୁନିଆର ସବୁ ଦେଶରେ ଭିନ୍ନ ଭିନ୍ନ ଧର୍ମର ଲୋକ ରହୁଛନ୍ତି । ସବୁ ଧର୍ମର ଲୋକମାନଙ୍କର ନିଜସ୍ୱ ରୀତିନୀତି ରହିଛି। ଘରେ ଜଣଙ୍କର ଜନ୍ମ ଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ସବୁ ଧର୍ମର ରୀତିନୀତି ଭିନ୍ନ ଭିନ୍ନ ଅଟେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏପରି ସଂସ୍କୃତି ବିଷୟରେ କହିବାକୁ ଯାଉଛୁ, ଯେଉଁଠି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କୁ କବର ଦିଆଯାଏ ଏବଂ ବର୍ଷକୁ ଥରେ ତାଙ୍କ କଙ୍କାଳ ବାହାର କରାଯାଇ ସଫା କରାଯାଏ । କେବଳ ସଫା କରାଯାଏ ନାହିଁ ବରଂ ସେହି କଙ୍କାଳକୁ ନୂତନ ବସ୍ତ୍ର ମଧ୍ୟ ପିନ୍ଧାଯାଏ ।

ଇଣ୍ଡୋନେସିଆରେ “ମା’ନେନେ” ନାମକ ଏକ ପର୍ବ ପାଳନ କରାଯାଏ । ଏକ ନିର୍ଦ୍ଦିଷ୍ଟ ଜନଜାତିର ଲୋକମାନେ ଏହି ପର୍ବ ପାଳନ କରନ୍ତି, ଯାହାର ଉଦ୍ଦେଶ୍ୟ ହେଉଛି ମୃତ ଶରୀରକୁ ସଫା-ସୁତୁରା କରିବା । ଏହି ଜନଜାତିର ଲୋକମାନଙ୍କର ବିଶ୍ୱାସ ଯେ ମୃତ୍ୟୁ ମଧ୍ୟ ପାହାଚ ସଦୃଶ୍ୟ । ସେହି ପାହାଚ ଅତିକ୍ରମ କଲେ ମୃତଙ୍କର ଦ୍ୱିତୀୟ ଯାତ୍ରା ଆରମ୍ଭ ହୁଏ । ଏହି ଯାତ୍ରା ନିମନ୍ତେ ସେମାନଙ୍କୁ ପ୍ରସ୍ତୁତ କରିବା ପାଇଁ ଲୋକମାନେ ବର୍ଷକୁ ଥରେ କବର ମଧ୍ୟରୁ ମୃତଦେହକୁ ବାହାର କରି ତାକୁ ସଫା କରି ନୂତନ ପୋଷାକ ପିନ୍ଧାନ୍ତି ।

କୁହାଯାଏ ଝେ, ମା’ନେନେ ପର୍ବ ପ୍ରାୟ ୧୦୦ ବର୍ଷ ପୁରୁଣା । ଏହା ପଛରେ ବରପ୍ପୁ ନାମକ ଏକ ଗାଁର କାହାଣୀ ରହିଛି । ଯାହା ସେଠାକାର ବୟସ୍କ ଲୋକମାନଙ୍କ ଠାରୁ ଶୁଣିବାକୁ ମିଳେ । ବାସ୍ତବରେ, ଶହେ ବର୍ଷ ପୂର୍ବେ ଟୋରାଜନ ଜନଜାତିର ଜଣେ ଶିକାରୀ ଶିକାର ପାଇଁ ଜଙ୍ଗଲକୁ ଯାଇଥିଲା। କିଛି ଦୁର ଗଲା ପରେ ଶିକାରୀ ଜଣଙ୍କ ଜଙ୍ଗଲ ମଧ୍ୟରେ ଏକ ମୃତ ଦେହ ଦେଖିଥିଲେ। ଅଧା ଶଢି ପଚି ଯାଇଥିବା ସେହି ମୃତଦେହକୁ ଦେଖି ଶିକାରୀ ଜଣଙ୍କ ସେଠାରେ କିଛୀ କ୍ଷଣ ରହିଯାଇଥିଲେ । ତା’ପରେ ଶିକାରୀ ଜଣଙ୍କ ତାଙ୍କ ନିଜ ପୋଷାକ ବାହାର କରି ମୃତକଙ୍କୁ ପିନ୍ଧାଇ ତାଙ୍କର ଅନ୍ତିମ ସଂସ୍କାର କରିଥିଲେ ।

କୁହାଯାଏ ଯେ, ତା’ପର ଠାରୁ ଶିକାରୀ ଜଣଙ୍କର ଭାଗ୍ୟରେ ବିରା; ପରିବର୍ତ୍ତନ ହୋଇଥିଲା । ତାଙ୍କର ସମସ୍ତ ଖରାପ ସମୟ ଚାଲିଗଲା । ସେବେଠାରୁ ସେହି ଜନଜାତୀର ଲୋକ ମାନେ ସେମାନଙ୍କ ପୂର୍ବଜ ମାନାଙ୍କୁ ଏପରି କବର ଭିତରୁ ବାହାର କରି ସଫା କରି ନୂତନ ପୋଷାକ ପିନ୍ଧେଇବା ପ୍ରଥା ଆରମ୍ଭ କଲେ । ସେମାନଙ୍କ ବିଶ୍ୱାସ ଯେ, ଏପରି କଲେ ମୃତ ବ୍ୟକ୍ତିଙ୍କ ଆତ୍ମା ସେମାନଙ୍କୁ ଆଶୀର୍ବାଦ ପ୍ରଦାନ କରିବେ ।

 

Comments are closed.