Latest Odisha News

BREAKING NEWS

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଜିତିଲେ ଏନଡିଏ ପ୍ରାର୍ଥୀ

ନୂଆଦିଲ୍ଲୀ: ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ଅନୁଷ୍ଠିତ ନିର୍ବାଚନରେ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ବିଜୟୀ ହୋଇଛନ୍ତି । ଏନେଇ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଘୋଷଣା କରିଛନ୍ତି ।

ସୂଚନା ଅନୁଯାୟୀ ରାଜ୍ୟସଭାର ଉପସଭାପତି ପଦ ପାଇଁ ଦିଲ୍ଲୀ ରାଜନୀତି ସରଗରମ ହୋଇପଡିଥିଲା । କଂଗ୍ରେସ ପକ୍ଷରୁ ପ୍ରାର୍ଥୀଭାବେ ୬୪ ବର୍ଷିୟ ବି.କେ ହରିପ୍ରସାଦ ଛିଡା ହୋଇଥିବାବେଳେ ବିଜେପି ଏନଡିଏର ସହଯୋଗୀ ଜେଡି(ୟୁ) ସାଂସଦ ହରିବଂଶ ନାରାୟଣ ସିଂହଙ୍କୁ ପ୍ରାର୍ଥୀ କରିଥିଲା ।

ହରିବଂଶଙ୍କୁ ଜିତିବା ପାଇଁ ୧୧୯ଟି ଭୋଟ୍ ଦରକାର ଥିବାବେଳେ ତାଙ୍କୁ ୧୨୫ଟି ଭୋଟ୍ ମିଳିଥିଲା । ସେହିପରି ତାଙ୍କ ବିପକ୍ଷ ପ୍ରାର୍ଥୀ କଂଗ୍ରେସର ବି.କେ ହରିପ୍ରସାଦଙ୍କୁ ୧୦୫ଟି ଭୋଟ୍ ମିଳିଥିଲା । ଏଥିସହିତ ବିଜେଡି ହରିବଂଶଙ୍କ ସପକ୍ଷରେ ଭୋଟ ଦେଇଥିଲା । ଫଳରେ ନିର୍ବାଚନ ଜିତିବା ପରେ ପ୍ରଧାନମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.