Latest Odisha News

BREAKING NEWS

କରୁଣାନିଧିଙ୍କ ଅନ୍ତ୍ୟେଷ୍ଟିକ୍ରିୟା ମାରିନା ବିଚରେ ସମ୍ପନ୍ନ

ଚେନ୍ନାଇ: ତାମିଲନାଡୁ ରାଜନୀତିର ଭୀଷ୍ମ ପିତାମହ ଭାବେ ପରିଚିତ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ସୁପ୍ରିମୋ କରୁଣାନିଧିଙ୍କ ଅନ୍ତ୍ୟେଷ୍ଟି କ୍ରିୟା ମାରିନା ବିଚରେ ସଂପର୍ଣ୍ଣ ହୋଇଛି । ସୂଚନା ଅନୁଯାୟୀ ସେ ଦୀର୍ଘଦିନ ଧରି ମୂତ୍ରାଶୟ ଜନିତ ରୋଗରେ ପିଡିତ ହୋଇ ଚେନ୍ନାଇର କାବେରୀ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ୯୪ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ବହୁ ବାଦବିବାଦ ପରେ ତାଙ୍କ ମରଶରୀରକୁ ଏକ ବିରାଟ ଶୋଭାଯାତ୍ରାରେ ମାରିନା ବିଚକୁ ନିଆଯାଇଥିଲା । ମାରିନା ବିଚରେ ଅତ୍ୟନ୍ତ ଶୋକାକୁଳ ପରିବେଶରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସି ଏନ୍ ଆନ୍ନାଦୁରାଇଙ୍କ ସମାଧିସ୍ଥଳ ନିକଟରେ ତାଙ୍କୁ କବର ଦିଆଯାଇଥିଲା । ପରେପରେ କରୁଣାନିଧିଙ୍କ କଫିନରେ ଲେଖାଯାଇଥିବା କିଛି ଶବ୍ଦକୁ ନେଇ ସବୁଠି ଚର୍ଚ୍ଚା । ସବୁ ଶବ୍ଦଗୁଡିକ ତାମିଲରେ ଲେଖାଯାଇଥିବାରୁ ଏହାର ଅର୍ଥ ଜାଣିବା ପାଇଁ ସମସ୍ତଙ୍କର ଆବେଗ ବଢିଥିଲା ।

ଏକ ଗଣମାଧ୍ୟମ ରିପୋର୍ଟ ମୁତାବକ ସେହି ଶବ୍ଦର ଅର୍ଥ ହେଉଛି- ସମ୍ପୂର୍ଣ୍ଣ ଜୀବନ ଲୋକଙ୍କ ପାଇଁ ଅବିଶ୍ରାନ୍ତ କାର୍ଯ୍ୟ କରିକରି, ଏବେ ଆରାମ କରୁଛନ୍ତି । ପିତାଙ୍କ ମୃତ୍ୟୁପରେ ମ୍ରିୟମାଣ ହୋଇ ପୁଅ ଷ୍ଟାଲିନ୍  ତାଙ୍କ ଉଦ୍ଦେଶ୍ୟରେ ଅତ୍ୟନ୍ତ ଭାବବିହ୍ୱଳ ଭାବେ ଏକ ଚିଠି ଲେଖିଛନ୍ତି ଯେଉଁଥିରେ “ଶେଷଥର ପାଇଁ ଆପଣଙ୍କୁ ‘ଆପ୍ପା’ ଡାକିବାକୁ ବହୁତ ଇଚ୍ଛା ହେଉଛି । ତେଣୁ ଆପଣଙ୍କୁ ଶେଷଥର ପାଇଁ ମୁଁ ଆପ୍ପା ଡାକିପାରେ କି?” ବୋଲି ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.