Latest Odisha News

BREAKING NEWS

ଚୀନରେ ବେବିଙ୍କା ପ୍ରଳୟ; ୭୫ ବର୍ଷ ପରେ ସବୁଠୁ ଶକ୍ତିଶାଳୀ ବାତ୍ଯା

ବେଜିଂ: ଚୀନରେ ବେବିଙ୍କା ପ୍ରଳୟ। ଚୀନର ସାଂଘାଇ ସହରରେ ସୋମବାର ଦିନ ‘ବେବିଙ୍କା’ ଲ୍ୟାଣ୍ଡଫଲ କରିଛି। ଯାହା ଗତ ୭୫ ବର୍ଷ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ବାତ୍ଯା ବୋଲି କୁହାଯାଉଛି।

ସାଂଘାଇର କେନ୍ଦ୍ରୀୟ ପାଣିପାଗ ବିଜ୍ଞାନ ପର୍ଯ୍ୟବେକ୍ଷଣକାରୀ କହିଛନ୍ତି ଯେ ଏହି ଘୂର୍ଣ୍ଣିବଳୟ ସାଂଘାଇର ‘ପୁଡଙ୍ଗ ଜିଲ୍ଲା’ର ଲିଙ୍ଗଙ୍ଗ ଅଞ୍ଚଳରେ ସେକେଣ୍ଡ ପ୍ରତି ୪୨ ମିଟର ବେଗରେ ପବନ ସହିତ ବୋହୁଛି।

ଚଳିତ ବର୍ଷ ଚୀନରେ ଏହା ହେଉଛି ୧୩ତମ ବାତ୍ଯା। ଏହା ପୂର୍ବରୁ ୧୯୪୯ ରେ ବାତ୍ୟା କାରଣରୁ ବଡ଼ ଧରଣର କ୍ଷୟକ୍ଷତି ହୋଇଥିଲା। ଉପକୂଳବର୍ତ୍ତୀ ଅଞ୍ଚଳରେ ଜୋରଦାର ବର୍ଷା ଓ ପବନ ଆରମ୍ଭ ହୋଇଯାଇଛି ।

ତେବେ ସହରକୁ ସଂଯୋଗ କରୁଥିବା ସମସ୍ତ ରାଜପଥକୁ ବନ୍ଦ କରିଦିଆଯାଇଛି । ରବିବାର ରାତିରୁ ସମସ୍ତ ଉଡାଣକୁ ବାତିଲ କରି ଦିଆଯାଇଥିବା ବେଳ ବସ୍ ଓ ଫେରୀ ସେବା ବି ବନ୍ଦ ରହିଛି।ସେହିପରି କିଛିଦିନ ପୂର୍ବରୁ ଶକ୍ତିଶାଳୀ ବାତ୍ୟା ୟାଗୀ ଦକ୍ଷିଣ ଚୀନରେ ତାଣ୍ଡବ ରଚିଥିଲା ।

 

Comments are closed.