Latest Odisha News

ଗାଧେଇବା ବେଳେ କେନାଲରେ ଭାସିଗଲେ ମହିଳା

ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢ଼ାପଙ୍କ ଗ୍ରାମ ପଞ୍ଚାୟତର କେନାଲରେ ଗାଧୋଇଲା ବେଳେ ଭାସି ଗଲେ ମହିଳା । ଭାସିଯାଇଥିବା ମହିଳା ଜଣଙ୍କ ହେଲେ ବୁଢ଼ାପଙ୍କ ଗ୍ରାମର ଗଡ଼ ସାହି ବାସିନ୍ଦା ଅଶୋକ ସାମଲଙ୍କ ୨୨ ବର୍ଷୀୟ ସ୍ତ୍ରୀ ପୂର୍ଣ୍ଣିମା ସାମଲ ।

ଖବର ମୁତାବକ, ପରିବାରର ୫ ଜଣ ସଦସ୍ୟ ସକାଳ ପ୍ରାୟ ୫ଟା ୩୦ରେ ଗାଧୋଇବା ବେଳେ ପୂର୍ଣ୍ଣିମା ଭାରସାମ୍ୟ ହରାଇ ପାଣି ସ୍ରୋତରେ ଭାସି ଯାଇଥିଲେ । ସମ୍ପର୍କୀୟ ମାନେ ନିଜ ଲୁଗା ପକାଇ ଉଦ୍ଧାର ପାଇଁ ଚେଷ୍ଟା କରିବା ବେଳେ ସଫଳ ହୋଇ ପାରିନଥିଲେ ।

ଗ୍ରାମବାସୀ ଦମକଳବାହିନୀକୁ ଖବର ଦେବା ପରେ ଦମକଳବାହିନୀ ଆସି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବଅଁରପାଳ ପୋଲିସ, ତହସିଲଦାର, ଆରଆଇ ଓ ଜିଲ୍ଲା ଦମକଳବାହିନୀ ଅଧିକାରୀ ପହଞ୍ଚିଛନ୍ତି । ପ୍ରାୟ ୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ମହିଳାଙ୍କୁ ଉଦ୍ଧାର କରାଯାଇପାରି ନାହିଁ ।

Leave A Reply

Your email address will not be published.