Latest Odisha News

ଯବାନଙ୍କ ଗୁଳିରେ ୨ ଯବାନ ମୃତ, ଜଣେ ଗୁରୁତର

ଛତିଶଗଡ଼: ଯବାନଙ୍କ ଗୁଳିରେ ୨ ଯବାନ ମୃତ, ଜଣେ ଗୁରୁତର । ବଳରାମପୁର ଜିଲ୍ଲା ଭୂଥି କ୍ୟାମ୍ପରେ ଯବାନଙ୍କୁ ଗୁଳିମାଡ଼ କଲେ ଯବାନ । ସାମାନ୍ୟ ବଚସାକୁ ନେଇ ସାଥୀ ଯବାନଙ୍କୁ ଗୁଳିମାଡ଼ କରିଥିବା ସୂଚନା ମିଳିଛି । ମୃତକ ଦୁଇ ଯବାନ ହେଉଛନ୍ତି ସିଏଏଫ ଯବାନ ରୂପେଶ ପଟେଲ ଓ ସନ୍ଦୀପ ପାଣ୍ଡେୟ । ସେହିପରି ଗୁରୁତର ଜଣଙ୍କ ହେଉଛନ୍ତି ଗାର୍ଡ କମାଣ୍ଡର ଅମ୍ବୁଜ ଶୁକ୍ଳା ।

ସୂଚନା ଅନୁସାରେ, ବଳରାମପୁର ଜିଲାର ସାମରୀ ଥାନା ଅନ୍ତର୍ଗତ ଭୁଥି କ୍ୟାମ୍ପରେ ସିଏଏଫ ଯବାନ ଅଜୟ ସିଦାର ଖାଇବା ବେଳେ ଲଙ୍କା ମାଗିଥିଲେ । ଲଙ୍କା ନ ମିଳିବାରୁ ବିବାଦ ଦେଖାଦେଇଥିଲେ । ସେଥିରେ ଉତକ୍ଷିପ୍ତ ହୋଇ ଅଜୟ ସିଦାର ନିଜ ସର୍ଭିସ ରାଇଫଲରୁ ତାଙ୍କ ସାଥୀ ଯବାନମାନଙ୍କ ଉପରକୁ ଆଖି ବୁଜା ଗୁଳି ଚାଳନା କରିଥିଲେ। ଅଜୟଙ୍କ ଗୁଳି ମାଡରେ ସିଏଏଫ ଯବାନ ରୂପେଶ ପଟେଲଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅପରପକ୍ଷେ, ସନ୍ଦୀପ ପାଣ୍ଡେୟ ଏବଂ ଗାର୍ଡ କମାଣ୍ଡର ଅମ୍ବୁଜ ଶୁକ୍ଳା ଗୁରୁତର ଭାବେ ଆହତ ହୋଇଥିଲେ। ଉଭୟଙ୍କୁ ଚିକିତ୍ସା ପାଇଁ କୁସମୀ ନିଆଯାଉଥିବାବେଳେ ରାସ୍ତାରେ ସନ୍ଦୀପ ପାଣ୍ଡେୟଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଗୁରୁତର ଆହତ ଅମ୍ବୁଜ ଶୁକ୍ଳାଙ୍କ ଦୁଇ ଗୋଡ଼ରେ ଗୁଳି ବାଜିଥିବା ବେଳେ ସେ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେପଟେ ଅଭିଯୁକ୍ତ ଯବାନଙ୍କୁ ଅଟକ ରଖିଛି ପୋଲିସ।

 

Leave A Reply

Your email address will not be published.