Latest Odisha News

ପୁଅକୁ ଧରି ପୁରନ୍ତା ନଦୀକୁ ଡେଇଁଲା ମା’

ପିପିଲି: ଜଣେ ମହିଳା ନିଜ ଶିଶୁ ପୁତ୍ରକୁ ଧରି ନଦୀକୁ ଡେଇଁ ପଡ଼ିଥିବାବେଳେ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପିପିଲି-ନିମାପଡ଼ା ରାସ୍ତାର ହରିପୁରରେ । ସେଠାରେ ଥିବା ଭାର୍ଗବୀ ନଦୀ ବ୍ରିଜ୍ ଉପରୁ ମହିଳା ଜଣଙ୍କ ନଦୀକୁ ଡେଇଁ ପଡିଛନ୍ତି ।

ଏହା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ କର୍ମଚାରୀମାନେ ନଦୀରେ ଖୋଜାଖୋଜି କରିଥିଲେ । ତେବେ ଘଟଣାସ୍ଥଳରୁ ଦୁଇ କିଲୋମିଟର ଦୂରରେ ଥିବା ସୁନାପଦା ଗ୍ରାମର ଏକ ନାଳରୁ ଉଭୟଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ଘଟଣାସ୍ଥଳରେ ପିପିଲି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.