Latest Odisha News

ପୁଣି ନନ୍ଦନକାନନରୁ ବାଲୁଖଣ୍ଡ ଗଲେ ୧୩ କୃଷ୍ଣସାର ମୃଗ

ଭୁବନେଶ୍ବର: ପୁଣି ନନ୍ଦନକାନନରୁ ଆଉ ୧୩ ଟି କୃଷ୍ଣସାର ମୃଗ ବାଲୁଖଣ୍ଡ ଅଭୟାରଣ୍ୟ ଯାଇଛନ୍ତି । ବୁଧବାର ରାତିରେ ଦ୍ବିତୀୟ ପର୍ଯ୍ୟାୟରେ ଏକ ସ୍ବତନ୍ତ୍ର ଭ୍ୟାନରେ ପୁରୀ କୋଣାର୍କ ସ୍ଥିତ ବାଲୁଖଣ୍ଡ ଅଭୟାରଣ୍ୟ ଯାଇଛନ୍ତି ଆଉ ୧୩ କୃଷ୍ଣସାର ମୃଗ ।

ତେବେ ପୂର୍ବରୁ ଚଳିତ ବର୍ଷ ଜୁନ୍ ମାସରେ ୧୦ଟି କୃଷ୍ଣସାର ମୃଗ ବାଲୁଖଣ୍ଡ ଅଭୟାରଣ୍ୟ ଯାଇଥିଲେ । ସେଠାରେ ତାଙ୍କୁ  କ୍ବାରେନଣ୍ଟିନରେ ରଖାଯାଇ ତାଙ୍କର ଯତ୍ନ ନିଆଯାଉଛି । ତେବେ କୃଷ୍ଣସାର ମୃଗଙ୍କ ପାଇଁ କୋଣାର୍କ ବନାଞ୍ଚଳ ଅଧୀନ କୁରୁଜଙ୍ଗ ଇଡିସି ସଂଲଗ୍ନ ୩୦ ହେକ୍ଟର ଜମିରେ  ସ୍ୱତନ୍ତ୍ର ଭାବେ ବ୍ୟବସ୍ଥା କରାଯାଇଛି। ଖାଇବାକୁ ସ୍ୱତନ୍ତ୍ର ଘାସ, ହରିଣ ଖାଦ୍ୟ ଓ ଜଳ ବ୍ୟବସ୍ଥା ହୋଇଛି। ଯାହା ତାଙ୍କ ପାଇଁ ଅତ୍ୟନ୍ତ ପ୍ରତିକୂଳ ପରିବେଶ । ତେବେ ପରବର୍ତ୍ତୀ ସମୟରେ ସେମାନଙ୍କୁ ପୁଣି ଅଭୟାରଣ୍ୟ ଖୋଲା ବିଚରଣ ପାଇଁ ଛଡାଯିବ ।

Leave A Reply

Your email address will not be published.