Latest Odisha News

ମହିଳାଙ୍କୁ ଶକ୍ତିଶାଳୀ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ: ଉପମୁଖ୍ୟମନ୍ତ୍ରୀ

ପୁରୀ: ମହିଳାଙ୍କୁ ଶକ୍ତିଶାଳୀ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ l ଆଜି ରାଜ୍ୟରେ ନୂତନ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଅବସରରେ ଆୟୋଜିତ ସଭାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଭିଭାଷଣ l ଶ୍ରୀମନ୍ଦିର ୪ ଦ୍ୱାର ସହ ରତ୍ନ ଭଣ୍ଡାର ଖୋଲାଗଲା l ସୁଭଦ୍ରା ସହାୟତା ଦିଆଗଲା l ଶ୍ରୀମନ୍ଦିର ପାଇଁ ୫୦୦ କୋଟି, ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟିର କର୍ପସ ଫଣ୍ଡ ଦିଆଗଲା ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ l

ଉପମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏ ସରକାରଙ୍କର ବଡ଼ ସଫଳତା ଏବଂ ଲୋକଙ୍କ ସହ ଯୋଡ଼ିହେବାର ପ୍ରତିବଦ୍ଧତା l ଏହାରିଭିତରେ ୨୫ ଲକ୍ଷ ମହିଳାଙ୍କୁ ମିଳିଛି ସୁଭଦ୍ରା ସହାୟତା l ଖୁବଶୀଘ୍ର ଅନ୍ୟ ମହିଳାଙ୍କୁ ମଧ୍ୟ ମିଳିବ l ମୋଦି ଗ୍ୟାରେଣ୍ଟିରେ ଆମେ ଯାହା ଲେଖିଛୁ, ସବୁ ଗୋଟିଏ ଗୋଟିଏ ପୂରଣ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା l

ସୂଚନାଯୋଗ୍ୟ ଯେ, ଆଜି ଓଡ଼ିଶାରେ ନୂଆ ସରକାରଙ୍କୁ ୧୦୦ ଦିନ ପୁରିଛି। ଏହି ଅବସରରେ ଜନତାଙ୍କ ଆଗରେ ନିଜ ରିପୋର୍ଟ କାର୍ଡ ରଖିଛନ୍ତି ସରକାର। ଏହି ଅବସରରେ ପୁରୀରେ ଆୟୋଜିତ ବିଶାଳ ସମାବେଶକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ l ଏହି କାର୍ଯ୍ୟକ୍ରମରେ ରାଜ୍ୟର ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କ ସମେତ ଅନ୍ୟ ମନ୍ତ୍ରୀ ତଥା ବିଜେପିର ସବୁ ସାଂସଦ, ବିଧାୟକ ଓ ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେଇଛନ୍ତି l ସମାବେଶକୁ ଦୃଷ୍ଟିରେ ରଖି ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସହରରେ ପ୍ରାୟ ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Leave A Reply

Your email address will not be published.