Latest Odisha News

କୋଲକାତାରେ ପ୍ରତିବାଦ ବେଳେ ଜୁନିୟର ଡାକ୍ତରଙ୍କ ବଡ ନିଷ୍ପତି

କୋଲକାତା: ଆଜି ଆନ୍ଦୋଳନ ପ୍ରତ୍ୟାହାର କରିବେ ପଶ୍ଚିମବଙ୍ଗ ଜୁନିୟର ଡାକ୍ତର ସଂଘ। ସ୍ବାସ୍ଥ୍ୟ ଭବନ ସାମ୍ନାରେ ବସିଥିବା ଧାରଣା ପ୍ରତ୍ୟାହାର କରିବେ। ଅଭୟାକୁ ନ୍ୟାୟ ଦାବିରେ ୪୧ ଦିନ ହେଲା ଆନ୍ଦୋଳନ କରୁଥିଲେ। ଆସନ୍ତାକାଲିଠୁ ଏମର୍ଜେନ୍ସିରେ ଡ୍ୟୁଟି କରିବେ କିନ୍ତୁ ଓପିଡିରେ ରୋଗୀ ଦେଖିବେନି।

ସୂଚନା ଅନୁସାରେ ଗୁରୁବାର ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର ନିଷ୍ପତ୍ତି ନେଇଛନ୍ତି ଜୁନିଅର ଡାକ୍ତର। ତେବେ ସବୁ ମେଡିକାଲରେ ଧାରଣା ମଞ୍ଚ ରହିବ ବୋଲି କହିଛି ଜୁନିଅର ଡାକ୍ତର ସଂଘ। କେବଳ ଜରୁରୀ ସ୍ବାସ୍ଥ୍ୟ ସେବାରେ ଯୋଗ ଦେବେ। ଓପିଡିରେ ଯୋଗ ଦେବେନି। ବନ୍ୟାକୁ ଦୃଷ୍ଟିରେ ରଖି ମାନବିକତା ଦୃଷ୍ଟିରୁ ଏହି ନିଷ୍ପତ୍ତି ନେଇଥିବା ସଂଘ କହିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଅନୁରୋଧ କରିଥିଲେ ।

୪୧ ଦିନ ପରେ ଆନ୍ଦୋଳନରୁ ଓହରିଛନ୍ତି ଜୁନିଅର ଡାକ୍ତର। ଆଜି ଡାକ୍ତରମାନେ ସ୍ବାସ୍ଥ୍ଯ ଭବନରୁ ସିବିଆଇ ଅଫିସକୁ ରାଲି କରିବେ। ଘଟଣାର ତଦନ୍ତ ତ୍ବରାନ୍ବିତ କରିବାକୁ ଡାକ୍ତରମାନେ ଦାବି କରିବେ। ବିଭିନ୍ନ ଦାବି ନେଇ ଆନ୍ଦୋଳନରେ ବସିଥିଲେ ଡାକ୍ତର। ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ଅଗଷ୍ଟ ୯ ତାରିଖରୁ ଜୁନିୟର ଡାକ୍ତର ମାନେ ଆନ୍ଦୋଳନ ଚଲାଇଥିଲେ। ସୋମବାର ମୁଖ୍ୟମନ୍ତ୍ରୀ ମମତାଙ୍କ ସହ ଆନ୍ଦୋଳନକାରୀ ଡାକ୍ତରଙ୍କ ସହ ଆଲୋଚନା ହୋଇଥିଲା। ଏଥିରେ ଡାକ୍ତରଙ୍କ ୫ଟି ଦାବିରୁ ତିନୋଟିକୁ ମମତା ତୁରନ୍ତ ପୂରଣ କରିଥିଲେ।

ଗତ ଅଗଷ୍ଟ ୮ ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା। ଏହି ଘଟଣାର ମୁଖ୍ଯ ଅଭିଯୁକ୍ତ ସଞ୍ଜୟ ରାୟକୁ ଅଗଷ୍ଟ ୧୦ ତାରିଖରେ ଗିରଫ କରିଥିଲା ସିବିଆଇ। ଏହା ସହ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ କୋଲକାତା ହାଇକୋର୍ଟ। ଗତ ୧୪ ତାରିଖରେ ଦୁଷ୍କର୍ମ ଓ ହତ୍ଯାର ପ୍ରମାଣ ନଷ୍ଟ ଅଭିଯୋଗରେ ସନ୍ଦୀପ ଘୋଷଙ୍କୁ ଗିରଫ କରିଥିଲା ସିବିଆଇ। ସ୍ଥିତି ଏପରି ହୋଇଥିଲା ଯେ ଏହି ଘଟଣାକୁ ନେଇ ସାରା ଦେଶରେ ଡାକ୍ତରମାନେ ଆନ୍ଦୋଳନ କରିଥିଲେ।

Leave A Reply

Your email address will not be published.