Latest Odisha News

ବିମାନ କେତେ ଉଚ୍ଚରେ ଉଡ଼ିଥାଏ ? ଜାଣନ୍ତୁ ଏହି ରୋଚକ ପ୍ରଶ୍ନର ଉତ୍ତର

ଦିନକୁ ଦିନ ଏୟାର ଟ୍ରାଭେଲିଂର ପ୍ରବଳତା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସମୟରେ ଟାଇମ ଇଜ୍ ମନିକୁ ଗୁରୁତ୍ୱ ଦେଉଥିବା ପିଢ଼ିଙ୍କ ପାଇଁ ସମୟ ବଞ୍ଚାଇବା ଦିଗରେ ବିମାନ ଯାତ୍ରା ବଡ଼ ବିକଳ୍ପ ଭାବେ ଉଭା ହୋଇଛି । ଫଳରେ ଏବେ ଦିନକୁ ଦିନ ଆକାଶରେ ଭିଡ଼ ପରିଲକ୍ଷିତ ହେଉଛି। ସେ ସମୟ ବେଶୀ ଦୂର ନୁହେଁ ଯେବେ ବିମାନ ଯାତ୍ରା ସବୁଠାରୁ ସହଜ ଓ ସରଳତା ସହ ସମସ୍ତଙ୍କ ପାଇଁ ସ୍ୱଳ୍ପ ମୂଲ୍ୟରେ ଉପଲବ୍ଧ ହୋଇଯିବ। ଏସବୁ ମଧ୍ୟରେ ବିମାନକୁ ନେଇ ଆମ ମନରେ ଅନେକ କୌତୁହଳ ଓ ପ୍ରଶ୍ନର ଲମ୍ବା ତାଲିକା ରହିଛି। ଏବଂ ଅନେକ ଏନେଇ ଅବଗତ ମଧ୍ୟ ନଥିବେ। ସେ ମଧ୍ୟରୁ ଏକ ରୋଚକ ପ୍ରଶ୍ନ ହେଲା ଯେ, ବିମାନ ସବୁ ଏତେ ଉଚ୍ଚରେ ଉଡ଼ିବାର କାରଣ କଣ ହୋଇପାରେ ଓ କେତେ ଉଚ୍ଚରେ ଉଡ଼ିଥାଏ?

ଏହାର ଉତ୍ତର ମୁଖ୍ୟତଃ ବିମାନର ପ୍ରକାର ଉପରେ ନିର୍ଭର କରେ। ସାଧାରଣତଃ ବାଣିଜ୍ୟିକ ଯାତ୍ରୀ ବାହୀ ବିମାନ ଗୁଡ଼ିକ ୩୦ ହଜାରରୁ ୩୫ ହଜାର ଫୁଟ ଉଚ୍ଚତାରେ ଉଡ଼ିଥାଏ, ଯାହା ପ୍ରାୟତଃ ଅନୁମାନ କରାଯାଉଥିବା ୧୦ରୁ ୨୦ହଜାରଫୁଟ ଉଚ୍ଚତା ଠାରୁ ବହୁତ ଅଧିକ । aviex.goflexair.com ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବୋଇଂଠାରୁ ଆରମ୍ଭ କରି ଏୟାରବସ୍ ପର୍ଯ୍ୟନ୍ତ ବିଭିନ୍ନ ବିମାନ ମଡେଲର ସର୍ଭିସ ସିଲିଂ ବା ସର୍ବାଧିକ କାର୍ଯ୍ୟକ୍ଷମ ଉଚ୍ଚତା ୪୧,୦୦୦ରୁ ୪୩,୦୦୦ ହଜାର ଫୁଟ୍ ମଧ୍ୟରେ ରହିଛି। ଏହା ସତ୍ତ୍ୱେ, ସେମାନେ ସାଧାରଣତଃ ସର୍ବୋତ୍ତମ ଇନ୍ଧନ ଦକ୍ଷତା ଏବଂ ନିରାପତ୍ତା ପାଇଁ ସେମାନଙ୍କର କ୍ରୁଜିଂ ଉଚ୍ଚତା ପ୍ରାୟ ୩୦ହଜାରରୁ ୩୫ ହଜାର ଫୁଚ ପର୍ଯ୍ୟନ୍ତ ବଜାୟ ରଖନ୍ତି ।

ଅପରପକ୍ଷରେ ଘରୋଇ ଜେଟ୍ ଗୁଡ଼ିକ ଆହୁରି ଉଚ୍ଚରେ ଉଡ଼ିବା ପାଇଁ ଡିଜାଇନ୍ କରାଯାଇଛି। ଅଧିକାଂଶ ଘରୋଇ ବିମାନ ୪୫ ହଜାର ଉଚ୍ଚତା ଉପରେ ଉଡ଼ିପାରନ୍ତି। ଯାହାର ସର୍ଭିସ୍ ସିଲିଂ ୫୧ ହାଜର ଫୁଟ ଉଚ୍ଚତାକୁ ବୃଦ୍ଧି କରାଯାଇପାରେ।

ଏକ ବିମାନ କେତେ ଉଚ୍ଚତାରେ ଉଡ଼ିଥାଏ ତାହା ପ୍ରାୟତଃ ସେ କେଉଁ ମାର୍ଗକୁ ନେଇଥାଏ ତାହା ଉପରେ ନିର୍ଭର କରିଥାଏ । ଉଦାହରଣ ସ୍ୱରୂପ, ସ୍ୱଳ୍ପ ଦୂରତା ବିଶିଷ୍ଟ ବିମାନ ୨୫ରୁ ୩୫ ହାଜର ଫୁଟ୍ ପର୍ଯ୍ୟନ୍ତ ଚଳାଚଳ କରୁଥିବା ବେଳେ ଦୀର୍ଘ ଦୂରତା ବିଶିଷ୍ଟ ବିମାନ ଗୁଡ଼ିକ ୩୫ରୁ ୪୦ ହାର ଫୁଟ୍ ପର୍ଯ୍ୟନ୍ତ ବଢ଼ିପାରେ। ଏହି ଉଚ୍ଚତା ସୀମାର କାରଣ ମୁଖ୍ୟତଃ ଇନ୍ଧନ ଦକ୍ଷତା ସହିତ ଜଡ଼ିତ । ବିମାନ ଯେତେ ଅଧିକ ଉଡ଼ିବ, ବାୟୁ ସେତେ ଲଘୁ ହେବ, ଅର୍ଥାତ୍ ମନ୍ଦୀଭୂତ ଗତି ହୋଇଥାଏ ଏବଂ ଫଳସ୍ୱରୂପ ଇନ୍ଧନ ଖର୍ଚ୍ଚ କମ୍ ହେବ।

ପ୍ରତ୍ୟେକ ବିମାନକୁ ଏକ ନିର୍ଦ୍ଦିଷ୍ଟ ଉଚ୍ଚତା ସୀମା ମଧ୍ୟରେ ଉଡ଼ାଣ କରିବା, ନିରାପତ୍ତା ଏବଂ ଦକ୍ଷତା ସୁନିଶ୍ଚିତ କରିବା ପାଇଁ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରମାଣିତ କରାଯାଏ ।

ତେବେ ସାମରିକ ବିମାନ କ୍ଷେତ୍ରରେ ଏସବୁ ଭିନ୍ନ ପ୍ରକାରର ହୋଇଥାଏ। ଏହାସହ ସେମାନଙ୍କ ଅଭିଯାନ ଉପରେ ନିର୍ଭର କରି ଏହି ଅତ୍ୟାଧୁନିକ ଯୁଦ୍ଧ ବିମାନଗୁଡ଼ିକ ୫୦ରୁ ୭୦ହଜାର ଫୁଟ ଉଚ୍ଚତାରେ ପହଞ୍ଚିପାରନ୍ତି, ଯାହା ବାଣିଜ୍ୟିକ କିମ୍ବା ବେସରକାରୀ ଜେଟ୍ ର ଉଚ୍ଚତାଠାରୁ ବହୁତ ଅଧିକ।

ଯେହେତୁ ବିମାନ ଯାତ୍ରା ବିକଶିତ ହେବାରେ ଲାଗିଛି, ଗୋଟିଏ କଥା ନିଶ୍ଚିତ, ଆଗକୁ ବିମାନ ଯାତ୍ରାର ବହୁଳ ଭାବେ ଚାଲିବ । ଫଳରେ ବିମାନ ସେବା ପ୍ରଦାନକାରୀ କମ୍ପାନୀ ସମସ୍ତ ଯାତ୍ରୀଙ୍କ ପାଇଁ ସହଜ,ସୁରକ୍ଷିତ ଓ ପ୍ରାଇସ୍‌କୁ ମାତ୍ରାଧିକ ଗୁରୁତ୍ୱପୂର୍ଣ୍ଣ ଦେବା ଆରମ୍ଭ କରିବେ ।

 

Leave A Reply

Your email address will not be published.