Latest Odisha News

BREAKING NEWS

‘ଫରେଷ୍ଟର ଆତ୍ମହତ୍ୟାର ନ୍ୟାୟିକ ତଦନ୍ତ ହେବ ଦୋଷୀଙ୍କୁ ନିଶ୍ଚିତ ଦଣ୍ଡ ମିଳିବ’

ରାୟଗଡ: ଜାରିଂ ହାଇିଟେକ୍ ନର୍ସିରୀ କାର୍ଯ୍ୟରତ ଫରେଷ୍ଟର ସଂଜୟ ନାୟକ (୩୪)ଙ୍କ ଆତ୍ମହତ୍ୟା ଘଟଣା । ଏହାର ନ୍ୟାୟିକ ତଦନ୍ତ ହେବ ଏବଂ ଦୋଷୀଙ୍କୁ ନିଶ୍ଚିତ ଦଣ୍ଡ ମିଳିବ ବୋଲି ଆଜି କହିଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଟିଂଆ । ମୋହନ ସରକାର ଘଟଣାକୁ ଗୁରୁତର ସହ ନେଇ ନ୍ୟାୟିକ ତଦନ୍ତ ପାଇଁ ପିସିସିଏଫଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆତ୍ମହତ୍ୟାର କାରଣ କ’ଣ ସେ ବିଷୟରେ ପୋଲିସ ଅନୁସନ୍ଧାନ କରୁଛି । ଆବଶ୍ୟକ ହେଲେ ଏହାର କ୍ରାଇମବ୍ରାଂଚ ତଦନ୍ତ ପାଇଁ ବିଭାଗ ପକ୍ଷରୁ ସୁପାରିଶ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଖୁଟିଂଆ ପ୍ରକାଶ କରିଛନ୍ତି ।

ଦିନିକିଆ ରାୟଗଡ ଗସ୍ତରେ ଆସି ମୃତକଙ୍କ ପରିବାରବର୍ଗଙ୍କୁ ଭେଟି ସାନ୍ତ୍ୱନା ଦେବା ସହ ସଂଜୟ ନାୟକ ଆତ୍ମହତ୍ୟାର ପ୍ରକୃତ ରହସ୍ୟ ଲୋକଲୋଚନକୁ ଆଣିବା ସହ ଘଟଣାରେ ସଂପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ । ଏଥି ସହ ସରକାରଙ୍କ ଗାଇଡଲାଇନ ଅନୁଯାୟୀ ପରିବାରବର୍ଗଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଖୁଟିଂଆ ପ୍ରକାଶ କରିଛନ୍ତି ।

ସୂଚନା ମୁତାବକ ରାୟଗଡର ଯୁବକ ସଂଜୟ ନାୟକ, କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣା ସ୍ଥିତ ଜାରିଂ ହାଇିଟେକ୍ ନର୍ସିରୀ କାର୍ଯ୍ୟରତ ଥିଲେ । ଗତ ବୁଧବାର ଦିନ ସ୍ୱର୍ଗତ ସଂଜୟ ନାୟକଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ତାଙ୍କ ସରକାରୀ ବାସଭବନରେ ମିଳିଥିଲା । ଘଟଣାକୁ ନେଇ ସ୍ୱର୍ଗତ ସଂଜୟଙ୍କ ପରିବାର ଲୋକେ ରାୟଗଡ ସ୍ଥିତ ବିଭାଗୀୟ ଡିଏଫଓଙ୍କ ଚାପରେ ସେ ଆତ୍ମହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

ମୃତ ସଂଜୟଙ୍କ ବଡଭାଇ ରବି ସିଧାସଳଖ ଭାବେ ସିଲିଭିକଲଚରିଷ୍ଟ ଡିଏଫଓଙ୍କୁ ଦାୟୀ କରିଛନ୍ତି । ମୃତ ପୂର୍ବରୁ ସଂଜୟ ଏକ ସୁଇସାଇଡ ନୋଟ ଲେଖିଥିଲେ ଏଥିରେ ସେ ଡିଏଫଓ ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିବା ନେଇ ସୁଇସାଇଡ ନୋଟରେ ଉଲ୍ଲେଖ ଥିଲା ବୋଲି ରବି ପ୍ରକାଶ କରିଛନ୍ତି । ପୋଲିସ ରବିଙ୍କ ଅଭିଯୋଗ ପ୍ରକାରେ ଭାରତୀୟ ନ୍ୟାୟ ସଂହିତାର ୧୦୮ ଦଫାରେ ମାମଲା ରୁଜୁ କରି ତଦନ୍ତ କରୁଛି ।

 

Leave A Reply

Your email address will not be published.