Latest Odisha News

BREAKING NEWS

ପରଲୋକରେ ବର୍ଷୀୟାନ କବି ଶୁଭେନ୍ଦୁ ମୋହନ ଦାସ

ବାଲେଶ୍ୱର: ଆରପାରିର ବିଶିଷ୍ଟ କବି ଶୁଭେନ୍ଦୁ ମୋହନ ଦାସ l ଗତକାଲି ବାଲେଶ୍ବର ସ୍ଥିତ ନିଜ ବାସଭବନରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ବର୍ଷୀୟାନ କବି ଶୁଭେନ୍ଦୁ ମୋହନ ଦାସ । ମୃତ୍ୟୁ ବେଳକୁ ତା’ଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ସେ ଓଡ଼ିଆ, ଇଂରାଜୀ ଓ ବଙ୍ଗଳା ସାହିତ୍ୟର ଜଣେ ସ୍ଵାଭିମାନୀ ସ୍ରଷ୍ଟା ଥିଲେ।

୧୯୩୬ ମସିହା ଜୁନ ୨୫ ତାରିଖରେ ବାଲେଶ୍ୱର ଜିଲ୍ଲାର କୁପାରୀ ସନ୍ନିକଟ ଓସ୍ତପାଳ ଗ୍ରାମରେ କବି ଶୁଭେନ୍ଦୁ ମୋହନ ଜନ୍ମଗ୍ରହଣ କରିଥିଲେ l ସେ ପ୍ରଥମେ ୧୯୪୬ ମସିହାରେ ‘ଡଗର’ ପତ୍ରିକାର ‘ନାଗ ବଚା’ ବିଭାଗରେ ଜଣେ ଲେଖକ ଭାବରେ ଆତ୍ମପ୍ରକାଶ କରିଥିଲେ। ଡଗର ସାହିତ୍ୟ ପତ୍ରିକାରେ ସେ ତାଙ୍କର ପ୍ରାରମ୍ଭିକ ପର୍ଯ୍ୟାୟରେ ରଚନା ପ୍ରକାଶ କରି ଜଣେ ପ୍ରତିଭାବାନ କବିର ପରିଚୟ ଦେଇଥିଲେ l ପରେ ବ୍ରଜନାଥ ରଥ ଓ ପ୍ରହରାଜ ସତ୍ୟନାରାୟଣ ନନ୍ଦଙ୍କ ସହ ମିଳିତ ଭାବରେ ସେ ‘ତିନୋଟି ନିଃଶ୍ବାସର ଆକାଶ’ ନାମକ ଏକ ଲୋକପ୍ରିୟ କବିତା ଗ୍ରନ୍ଥ ପ୍ରକାଶ କରିଥିଲେ l ତାଙ୍କର ଦୁଃଖଦ ବିୟୋଗରେ ଓଡ଼ିଶାର ସାହିତ୍ୟିକ ମହଲରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.