Latest Odisha News

BREAKING NEWS

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ଯାଇଥିଲା ତିରୁପତି ଲଡୁ

ଅଯୋଧ୍ୟା: ତିରୁପତି ମନ୍ଦିର ପ୍ରସାଦକୁ ନେଇ ଜାରି ରହିଛି ବିବାଦ ।ଏହାରି ମଧ୍ୟରେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ତିରୁପତି ଲଡୁ ଯାଇଥିଲା ବୋଲି ସୂଚନା ମିଳିଛି। ରାମ ମନ୍ଦିରର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି ଯେ ଚଳିତ ବର୍ଷ ଜାନୁୟାରୀ ୨୨ ରେ ହୋଇଥିବା ପ୍ରାଣ ପ୍ରତିଷ୍ଠା ସମାରୋହରେ ତିରୁପତି ମନ୍ଦିରର ଲଡୁଙ୍କୁ ଭକ୍ତମାନଙ୍କୁ ପ୍ରସାଦ ଭାବରେ ବଣ୍ଟନ କରାଯାଇଥିଲା।

ଗଣମାଧ୍ୟମକୁ ସୂଚନା ଦେଇ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି, ‘ମୁଁ ଜାଣିନି କେତେ ଲଡୁ ଆସିଥିଲା। ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ଟ୍ରଷ୍ଟ ଏହା ଜାଣିଥିବେ। ଯଦି ପ୍ରସାଦରେ ପଶୁ ଚର୍ବି ମିଶ୍ରିତ ହୁଏ, ତେବେ ଏହା କ୍ଷମା ଯୋଗ୍ୟ ନୁହେଁ । ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ଉଚିତ୍ ବୋଲି ସେ କହିଛନ୍ତି।

ସେହିପରି ରାମ ମନ୍ଦିର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି ଯେ ସେ ତିରୁପତି ଲଡୁ ଉପରେ କେନ୍ଦ୍ରର ତଦନ୍ତ ରିପୋର୍ଟକୁ ଅପେକ୍ଷା କରିଛନ୍ତି। ସେ କହିଛନ୍ତି, ‘ଆମେ ଭକ୍ତମାନଙ୍କୁ ପ୍ରସାଦ ଭାବରେ କେବଳ ଗୁଜୁରାତି ମଞ୍ଜି ବାଣ୍ଟିଥିଲୁ’।

 

Leave A Reply

Your email address will not be published.